ମଦ୍ୟପ ବାପାଙ୍କ ଉନ୍ମତ୍ତ କାଣ୍ଡ: ନାବାଳକ ପୁଅଙ୍କୁ ଛୁରିରେ କଲେ ଆକ୍ରମଣ
ହିଞ୍ଜିଳିକାଟୁ,୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଡିଙ୍ଗି ଗାଁରେ ବୁଧବାର ମଦନିଶାରେ ନାବାଳକ ପୁଅଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ବାପା। ଆକ୍ରମଣ ପରେ ଅଭିଯୁକ୍ତ ବାପା ଫେରାର ଅଛନ୍ତି। ହିଞ୍ଜିଳି ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ସହ ଅଭିଯୁକ୍ତ ବାପାଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି। ପ୍ରକାଶ ଯେ, ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀ ବାସନ୍ତୀଙ୍କ ସହ ଘରେ ଗଣ୍ଡଗୋଳ କରନ୍ତି। […] The post ମଦ୍ୟପ ବାପାଙ୍କ ଉନ୍ମତ୍ତ କାଣ୍ଡ: ନାବାଳକ ପୁଅଙ୍କୁ ଛୁରିରେ କଲେ ଆକ୍ରମଣ appeared first on Dharitri Odia News.
ହିଞ୍ଜିଳିକାଟୁ,୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଡିଙ୍ଗି ଗାଁରେ ବୁଧବାର ମଦନିଶାରେ ନାବାଳକ ପୁଅଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ବାପା। ଆକ୍ରମଣ ପରେ ଅଭିଯୁକ୍ତ ବାପା ଫେରାର ଅଛନ୍ତି। ହିଞ୍ଜିଳି ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ସହ ଅଭିଯୁକ୍ତ ବାପାଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀ ବାସନ୍ତୀଙ୍କ ସହ ଘରେ ଗଣ୍ଡଗୋଳ କରନ୍ତି। ଗତ ୭ ମାସ ପୂର୍ବେ ସ୍ବାମୀଙ୍କ ନିର୍ଯାତନା ସହ୍ୟ କରି ନ ପାରି ବାସନ୍ତୀ ୨ପୁଅ ଶିବ (୧୩) ଓ ସୁମନ(୧୦)ଙ୍କୁ ନେଇ ଭୁବନେଶ୍ୱର ଚାଲିଯାଇଥିଲେ। ସେଠାରେ ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଶନିବାର ମନୋଜ ଭୁବନେଶ୍ବରରେ ପହଞ୍ଚି ଭବିଷ୍ୟତରେ ପରିବାର ସହ କୌଣସି ଗଣ୍ଡଗୋଳ କରିବେ ନାହିଁ ବୋଲି ଜବାବ ରଖିଥିଲେ। ସ୍ବାମୀଙ୍କ ଉପରେ ଭରସା ରଖି ବାସନ୍ତୀ ୨ ପୁଅକୁ ନେଇ ଗତ ସୋମବାର ପୋଡିଙ୍ଗି ଗାଁକୁ ଫେରିଥିଲେ। ମଙ୍ଗଳବାର କୌଣସି କଥାକୁ କେନ୍ଦ୍ର କରି ପୁଣି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ମନୋଜ ଉତ୍ତ୍ୟକ୍ତ ହୋଇ ପରିବାରର ସମସ୍ତଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲେ। ବୁଧବାର ସାନପୁଅ ସୁମନ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲେ। ସେହି ବାଟରେ ମନୋଜ ମଦ ନିଶାରେ ଚୂର ହୋଇ ହଠାତ୍ ସାନପୁଅ ସୁମନଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ନାବାଳକ ପୁଅ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ସାଙ୍ଗମାନେ ପାଟିତୁଣ୍ଡ କରିବାରୁ ମନୋଜ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ବାସନ୍ତୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ସୁମନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୁମନଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି। ସେ ଚିକିତ୍ସା ପରେ ବିପଦମୁକ୍ତ ଥିବା ଜଣାପଡିଛି। ଘଟଣା ନେଇ ବାସନ୍ତୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି।
The post ମଦ୍ୟପ ବାପାଙ୍କ ଉନ୍ମତ୍ତ କାଣ୍ଡ: ନାବାଳକ ପୁଅଙ୍କୁ ଛୁରିରେ କଲେ ଆକ୍ରମଣ appeared first on Dharitri Odia News.