ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ, ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ଚଳାଇଲା ଗୁଳି
ବଲାଙ୍ଗିର ୨୫।୦୮; ସ୍ତ୍ରୀକୁ ଗୁଳିକଲା ସଇତାନ ସ୍ବାମୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ । ଏହି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ମଦ ପିଇବାକୁ ଟଙ୍କା ନଦେବାରୁ ମଦ ନିଶା ସ୍ତ୍ରୀକୁ ଚଳାଇଲା ଗୁଳି । ଗୁଳିମାଡ ପରେ ମହିଳାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ I ଉକ୍ତ ମହିଳା ଜଣକ ହେଲେ ବେଦମତି ମଲ୍ଲିକ Iଗତ ୧୬ ତାରିଖରେ ସଦାରାମ ମଲ୍ଲିକ ମଦପିଇ ସ୍ତ୍ରୀ ବେଦମତିକୁ ଚଢେଇ ମରା ବନ୍ଧୁକରେ ଗୁଳି କରିଥିଲା । ଗୁଳିଟି ତାଙ୍କ ଜଂଘରେ ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଗୁଳି ବାହାର କରାଯାଇ ନାହିଁ । ଯାହାକୁ ନେଇ ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗ କୁ ଦାୟୀ କରିବା ସହ ଚିନ୍ତାରେ ପରିବାର ଲୋକ। ସୂଚନା ଅନୁଯାୟୀ ଘଟଣାର ୯ ଦିନ ପରେ ଥାନାରେ ଏତଲା ଦେଇଥିଲେ ବେଦମତି । ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଅଭିଯୁକ୍ତ ପ୍ରତିଦିନ ମଦ ପିଇ ଘରେ ଝଗଡା କରେ I ମଦ ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା I ଅଭିଯୁକ୍ତ କୌଣସି ରୋଜଗାର ନକରି ମଦ ପିଇବାକୁ ବିଭିନ୍ନ ସମୟରେ ଘରେ ଟଙ୍କା ମାଗୁଥିଲା I ଟଙ୍କା ଦେବାକୁ ମନା କଲେ ଝଗଡା କରୁଥିଲା
ବଲାଙ୍ଗିର ୨୫।୦୮; ସ୍ତ୍ରୀକୁ ଗୁଳିକଲା ସଇତାନ ସ୍ବାମୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ । ଏହି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ମଦ ପିଇବାକୁ ଟଙ୍କା ନଦେବାରୁ ମଦ ନିଶା ସ୍ତ୍ରୀକୁ ଚଳାଇଲା ଗୁଳି । ଗୁଳିମାଡ ପରେ ମହିଳାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ I ଉକ୍ତ ମହିଳା ଜଣକ ହେଲେ ବେଦମତି ମଲ୍ଲିକ I
ଗତ ୧୬ ତାରିଖରେ ସଦାରାମ ମଲ୍ଲିକ ମଦପିଇ ସ୍ତ୍ରୀ ବେଦମତିକୁ ଚଢେଇ ମରା ବନ୍ଧୁକରେ ଗୁଳି କରିଥିଲା । ଗୁଳିଟି ତାଙ୍କ ଜଂଘରେ ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଗୁଳି ବାହାର କରାଯାଇ ନାହିଁ । ଯାହାକୁ ନେଇ ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗ କୁ ଦାୟୀ କରିବା ସହ ଚିନ୍ତାରେ ପରିବାର ଲୋକ।
ସୂଚନା ଅନୁଯାୟୀ ଘଟଣାର ୯ ଦିନ ପରେ ଥାନାରେ ଏତଲା ଦେଇଥିଲେ ବେଦମତି । ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଅଭିଯୁକ୍ତ ପ୍ରତିଦିନ ମଦ ପିଇ ଘରେ ଝଗଡା କରେ I ମଦ ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା I ଅଭିଯୁକ୍ତ କୌଣସି ରୋଜଗାର ନକରି ମଦ ପିଇବାକୁ ବିଭିନ୍ନ ସମୟରେ ଘରେ ଟଙ୍କା ମାଗୁଥିଲା I ଟଙ୍କା ଦେବାକୁ ମନା କଲେ ଝଗଡା କରୁଥିଲା