ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ : ଗାଳିଗୁଲଜ କରୁଥିଲେ, ବାରଣ କରିବାରୁ ଭୁଜାଲି ମାଡ଼ କଲେ

ଆନନ୍ଦପୁର ୨୫।୭: ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ । ଅସ୍ରାବ୍ୟ ଭାଷା କହୁଥିବା ବେଳେ ବାରଣ କରିବାରୁ ଭୁଜାଲିରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କଅଁସ ଗାଁର ବୁଟୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗାଁର ଜଡ଼ା ଦେହୁରୀ ଓ ତାଙ୍କର ଅନ୍ୟ କିଛି ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହିତ ଭୁଜାଲିରେ ହାଣି ରକ୍ତାକ୍ତ କରିଛନ୍ତି । ଅଭିଯୋଗ ଅନୁଯାୟୀ, ବୁଟୁଙ୍କ ନାତି ଅନ୍ୟ ସାଙ୍ଗଙ୍କ ସହ କଥା ହେଉଥିବା ସମୟରେ ସେଠାରେ ଜଡ଼ା ମଦ୍ୟପାନ କରି ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବୁଟୁ ନାୟକ ଜଡ଼ାକୁ ପଚାରିବାରୁ ସେ ଓ ତାଙ୍କ ସାଙ୍ଗମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।You Can Read:ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ

ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ : ଗାଳିଗୁଲଜ କରୁଥିଲେ, ବାରଣ କରିବାରୁ ଭୁଜାଲି ମାଡ଼ କଲେ

ଆନନ୍ଦପୁର ୨୫ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ । ଅସ୍ରାବ୍ୟ ଭାଷା କହୁଥିବା ବେଳେ ବାରଣ କରିବାରୁ ଭୁଜାଲିରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କଅଁସ ଗାଁର ବୁଟୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗାଁର ଜଡ଼ା ଦେହୁରୀ ଓ ତାଙ୍କର ଅନ୍ୟ କିଛି ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହିତ ଭୁଜାଲିରେ ହାଣି ରକ୍ତାକ୍ତ କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ବୁଟୁଙ୍କ ନାତି ଅନ୍ୟ ସାଙ୍ଗଙ୍କ ସହ କଥା ହେଉଥିବା ସମୟରେ ସେଠାରେ ଜଡ଼ା ମଦ୍ୟପାନ କରି ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବୁଟୁ ନାୟକ ଜଡ଼ାକୁ ପଚାରିବାରୁ ସେ ଓ ତାଙ୍କ ସାଙ୍ଗମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ