ପ୍ରଖ୍ୟାତ ସାହିତ୍ୟିକା ପଦ୍ମ ଶ୍ରୀ ଡ.ଉଷା କିରଣ ଖାନଙ୍କର ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ସାହିତ୍ୟିକା ପଦ୍ମ ଶ୍ରୀ ଡ. ଉଷା କିରଣ ଖାନଙ୍କର ପରଲୋକ ହୋଇଛି। ବିହାର ରାଜଧାନୀ ପାଟନାରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଡ.ଉଷା ହିନ୍ଦୀ ଓ ମୈଥିଲ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖିକା। ସାହିତ୍ୟ କ୍ଷେତ୍ରରେ ସାଧନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଆକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟା ପୁରସ୍କାର ମଧ୍ୟ ମିଳିଛି। ମୈଥିଳୀ ଭାଷାରେ ରଚିତ ଉପନ୍ୟାସ ‘ଭାମତୀ. ଏକ ଅବିସ୍ମରୀୟ ପ୍ରେମକଥା’ ପାଇଁ ତାଙ୍କୁ ସାହିତ୍ୟ ଆକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।   ପୂର୍ବତନ ଆଇପିଏସ୍ ଅଫିସର ରାମଚନ୍ଦ୍ର ଖାନ୍‌ଙ୍କର ପତ୍ନୀ ଉଷା ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ମୂଳତଃ ବିହାରର ଲେହରିଆସରାଇ ଅଞ୍ଚଳର। ଉଷାଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ପଢ଼ନ୍ତୁ-ହସ୍ପିଟାଲରୁ ଆସିଲା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଭିଡିଓ, ଜାରି ହେଲା ହେଲଥ୍ ବୁଲେଟିନ ୧୯୪୫ ମସିହା ଡୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଉଷାଙ୍କୁ ୨୦୧୧ ସାହିତ୍ୟ ଆକାଡେମୀ ପୁରସ୍କାର ମିଳିଥିଲା। ଏହାପରେ ତା’ପର ବର୍ଷ ୨୦୧୨ରେ ସାରଜାନହାର ଉପନ୍ୟାସ ପାଇଁ ତାଙ୍କୁ କୁଶୁମାଞ୍ଜଳୀ ସା

ପ୍ରଖ୍ୟାତ ସାହିତ୍ୟିକା ପଦ୍ମ ଶ୍ରୀ ଡ.ଉଷା କିରଣ ଖାନଙ୍କର ପରଲୋକ

Usha-Kiran-Khan

ନୂଆଦିଲ୍ଲୀ: ପ୍ରଖ୍ୟାତ ସାହିତ୍ୟିକା ପଦ୍ମ ଶ୍ରୀ ଡ. ଉଷା କିରଣ ଖାନଙ୍କର ପରଲୋକ ହୋଇଛି। ବିହାର ରାଜଧାନୀ ପାଟନାରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

ଡ.ଉଷା ହିନ୍ଦୀ ଓ ମୈଥିଲ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖିକା। ସାହିତ୍ୟ କ୍ଷେତ୍ରରେ ସାଧନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଆକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟା ପୁରସ୍କାର ମଧ୍ୟ ମିଳିଛି। ମୈଥିଳୀ ଭାଷାରେ ରଚିତ ଉପନ୍ୟାସ ‘ଭାମତୀ. ଏକ ଅବିସ୍ମରୀୟ ପ୍ରେମକଥା’ ପାଇଁ ତାଙ୍କୁ ସାହିତ୍ୟ ଆକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।  

ପୂର୍ବତନ ଆଇପିଏସ୍ ଅଫିସର ରାମଚନ୍ଦ୍ର ଖାନ୍‌ଙ୍କର ପତ୍ନୀ ଉଷା ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ମୂଳତଃ ବିହାରର ଲେହରିଆସରାଇ ଅଞ୍ଚଳର। ଉଷାଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି।

ପଢ଼ନ୍ତୁ-ହସ୍ପିଟାଲରୁ ଆସିଲା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଭିଡିଓ, ଜାରି ହେଲା ହେଲଥ୍ ବୁଲେଟିନ

୧୯୪୫ ମସିହା ଡୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଉଷାଙ୍କୁ ୨୦୧୧ ସାହିତ୍ୟ ଆକାଡେମୀ ପୁରସ୍କାର ମିଳିଥିଲା। ଏହାପରେ ତା’ପର ବର୍ଷ ୨୦୧୨ରେ ସାରଜାନହାର ଉପନ୍ୟାସ ପାଇଁ ତାଙ୍କୁ କୁଶୁମାଞ୍ଜଳୀ ସାହିତ୍ୟ ସମ୍ମାନ ପୁରସ୍କାର ମିଳିଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ କେନ୍ଦ୍ର ସରକାର।

The post ପ୍ରଖ୍ୟାତ ସାହିତ୍ୟିକା ପଦ୍ମ ଶ୍ରୀ ଡ.ଉଷା କିରଣ ଖାନଙ୍କର ପରଲୋକ appeared first on Prameya News7.