ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ନୂଆଦିଲ୍ଲୀ ୨୦/୦୩: ଲୋକସଭା ନିର୍ବାଚନ ପାଇଁ ବୁଧବାରଠୁ ଦାଖଲ ହେବ ନାମାଙ୍କନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିସନ୍ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୯ ଏପ୍ରିଲରେ ହେବ ଭୋଟ୍ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ୪ଟି ଆସନ ରହିଛି । ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲକ୍ଷ୍ମଦ୍ୱୀପ ଏବଂ ପୁଡୁଚେରୀରେ ପ୍ରତ୍ୟେକ ଗୋଟିଏ ଆସନରେ ଭୋଟ୍ ଅନୁଷ୍ଠିତ ହେବ। Election Commission issues notification for first phase of Lok Sabha electionsRead @ANI Story | https://t.co/VHs1nQrjN2#ElectionCommissionOfIndia #LokSabhaElections2024 pic.twitter.com/mzmR83UalI— ANI Digital (@ani_digital) March 20, 2024ଗତ ୧୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ୍ । ସେହିଭଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୬ରେ, ତୃତୀୟ ପର୍ଯ୍ୟାୟ ପାଇଁ ମେ ୭, ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩, ପଞ୍ଚମ ପର୍ଯ୍ୟାୟ ପ
ନୂଆଦିଲ୍ଲୀ ୨୦/୦୩: ଲୋକସଭା ନିର୍ବାଚନ ପାଇଁ ବୁଧବାରଠୁ ଦାଖଲ ହେବ ନାମାଙ୍କନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିସନ୍ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୯ ଏପ୍ରିଲରେ ହେବ ଭୋଟ୍ ।
ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ୪ଟି ଆସନ ରହିଛି । ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲକ୍ଷ୍ମଦ୍ୱୀପ ଏବଂ ପୁଡୁଚେରୀରେ ପ୍ରତ୍ୟେକ ଗୋଟିଏ ଆସନରେ ଭୋଟ୍ ଅନୁଷ୍ଠିତ ହେବ।
Election Commission issues notification for first phase of Lok Sabha elections
Read @ANI Story | https://t.co/VHs1nQrjN2#ElectionCommissionOfIndia #LokSabhaElections2024 pic.twitter.com/mzmR83UalI— ANI Digital (@ani_digital) March 20, 2024
ଗତ ୧୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ୍ । ସେହିଭଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୬ରେ, ତୃତୀୟ ପର୍ଯ୍ୟାୟ ପାଇଁ ମେ ୭, ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩, ପଞ୍ଚମ ପର୍ଯ୍ୟାୟ ପାଇଁ ୨୦ ମେ, ଷଷ୍ଠ ପର୍ଯ୍ୟାୟ ପାଇଁ ୨୫ମେ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ଅନୁଷ୍ଠିତ ହେବ ।
ଜୁନ୍ ୪ରେ ଆସିବ ରେଜଲ୍ଟ । ନିର୍ବାଚନ ଆୟୋଗ କହିଛନ୍ତି ଯେ ନିରପେକ୍ଷ, ମୁକ୍ତ ଏବଂ ନିରାପଦ ଲୋକସଭା ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ । ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ । ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୩୦ ।
you can alos read...
ଦୁଇ ପିଲାଙ୍କୁ ମାରି ଫେରାର୍ ଥିଲା ହତ୍ୟା ଅଭିଯୁକ୍ତ, ଏନକାଉଣ୍ଟରରେ ମାରିଲା ପୋଲିସ