ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର, ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର ୨୪/୧୨: କୁକୁର ଆତଙ୍କରେ ରାଜଧାନିରେ ବାସୀ ଭୟ ଓ ଆତଙ୍କରେ ଥିବା ବେଳେ ଏବେ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର । ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି । ଯାହା ଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦  ସରିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ ବ୍ୟବସ୍ଥା । ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା ହେଲେ ବନ୍ଧ୍ୟାକରଣ ବନ୍ଦ ଥିଲା। ବର୍ତ୍ତମାନ କେସ୍‌ଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ। ସ୍ୱତନ୍ତ୍ର ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯିବ ବୋଲି ସୂଚନା ଦେଲେ ମେୟର ସୁଲୋଚନା ଦାସ।ସେପଟେ ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ମେୟରଙ୍କ କଡା ତାଗିଦ କହିଲେ ବିନା ରେଜିଷ୍ଟ୍ରେସନରେ କରିପାରିବେନି ଦୋକାନ । କହିବାକୁ ଗଲେ ରାଜଧାନୀରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ରାଗିଥିଲେ ମେୟର । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ  ଦୋକାନ ପକାଇଛନ୍ତ

ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର, ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର ୨୪/୧୨: କୁକୁର ଆତଙ୍କରେ ରାଜଧାନିରେ ବାସୀ ଭୟ ଓ ଆତଙ୍କରେ ଥିବା ବେଳେ ଏବେ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର । 

ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି । ଯାହା ଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦  ସରିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ ବ୍ୟବସ୍ଥା । 

ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା ହେଲେ ବନ୍ଧ୍ୟାକରଣ ବନ୍ଦ ଥିଲା। ବର୍ତ୍ତମାନ କେସ୍‌ଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ। ସ୍ୱତନ୍ତ୍ର ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯିବ ବୋଲି ସୂଚନା ଦେଲେ ମେୟର ସୁଲୋଚନା ଦାସ।


ସେପଟେ ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ମେୟରଙ୍କ କଡା ତାଗିଦ କହିଲେ ବିନା ରେଜିଷ୍ଟ୍ରେସନରେ କରିପାରିବେନି ଦୋକାନ । କହିବାକୁ ଗଲେ ରାଜଧାନୀରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ରାଗିଥିଲେ ମେୟର । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ  ଦୋକାନ ପକାଇଛନ୍ତି ବୋଲି ନାଲି ଆଖି ଦେଖାଇଲେ ମେୟର । ସିଆରପି  ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି  । 

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ  । ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ  ଅଣ୍ଟା ଭିଡ଼ିଛି ବିଏମସି  ।  ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ଏହି ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ହିଁ ପାଇବେ। ଏହା ସହ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମେୟର।