ଆଉ ଫିଲ୍ମ କରିବେନି ଇଲିଆନା ଡିକ୍ରୁଜ ! ପୁଅ ପାଇଁ ନେଲେ ବଡ ନିଷ୍ପତ୍ତି
ଗତ କିଛିଦିନ ହେଲାଣି ସାଉଥ ତଥା ବଲିଉଡ ସୁନ୍ଦରୀ ଇଲିଆନା ଡିକ୍ରୁଜ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ବାହାଘର ପରେ ଫିଲ୍ମ ଜଗତରୁ ଦୂରେଇ ରହିଥିଲେ ସତ ଆଉ ଏବେ ପୁଅ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କିଛିଦିନ ପାଇଁ ବ୍ରେକ୍ ନେବାକୁ ଯାଉଛନ୍ତି ଇଲିଆନା । ପୁଅ କୋଆର ଦେଖାଶୁଣା ପାଇଁ ଫିଲ୍ମରୁ ବ୍ରେକ ନେବାକୁ ଚିନ୍ତା କରିଛନ୍ତି । ମା’ ଭାବେ ନିଜର ଦାୟିତ୍ୱକୁ ନିର୍ବାହ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । […] The post ଆଉ ଫିଲ୍ମ କରିବେନି ଇଲିଆନା ଡିକ୍ରୁଜ ! ପୁଅ ପାଇଁ ନେଲେ ବଡ ନିଷ୍ପତ୍ତି appeared first on KNews Odisha.

ଗତ କିଛିଦିନ ହେଲାଣି ସାଉଥ ତଥା ବଲିଉଡ ସୁନ୍ଦରୀ ଇଲିଆନା ଡିକ୍ରୁଜ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ବାହାଘର ପରେ ଫିଲ୍ମ ଜଗତରୁ ଦୂରେଇ ରହିଥିଲେ ସତ ଆଉ ଏବେ ପୁଅ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କିଛିଦିନ ପାଇଁ ବ୍ରେକ୍ ନେବାକୁ ଯାଉଛନ୍ତି ଇଲିଆନା । ପୁଅ କୋଆର ଦେଖାଶୁଣା ପାଇଁ ଫିଲ୍ମରୁ ବ୍ରେକ ନେବାକୁ ଚିନ୍ତା କରିଛନ୍ତି । ମା’ ଭାବେ ନିଜର ଦାୟିତ୍ୱକୁ ନିର୍ବାହ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଇନଷ୍ଟାଗ୍ରାମରେ ଆସ୍କ ମି ଏନିଥିଂ ସେସନରେ ଏହି ଖୁଲାସା କରିଛନ୍ତି ।
ଗତବର୍ଷ ମେ ରେ ପାର୍ଟନର ମାଇକେଲ ଡୋଲନଙ୍କୁ ବିବାହ କରିବା ପରେ ଅଗଷ୍ଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏବେ ପିଲାର ଯତ୍ନ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ନିକଟରେ AMA ର ସେସନରେ ଫ୍ୟାନ୍ସ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରିବାକୁ ନେଇ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଇଲିଆନା କହିଥିଲେ, ଯେତେବେଳେ ସଠିକ୍ ସମୟ ଆସିବ, ସେତେବେଳେ ଆପଣମାନେ ମୋତେ ଫିଲ୍ମରେ ଦେଖିପାରିବେ । ଏବେ ମୋ ପୁଅକୁ ନିଜର ସମୟ ଦେବାକୁ ଚାହୁଁଛି ।
ଏବେ ସେ ସଂପୂର୍ଣ୍ଣ ନିଜ ପିଲା ଉପରେ ସମୟ ଦେବାକୁ ଚାହୁଁଛନ୍ତି । ଚଳିତବର୍ଷ ଇଲିଆନା ଏକ ଇଣ୍ଟରଭ୍ୟୁରେ ମାଇକେଲଙ୍କ ସହିତ ବିବାହ କରିବାକୁ ନେଇ କନଫର୍ମ କରିଥିଲେ । ବୈବାହିକ ଜୀବନ ଭଲ ଚାଲିଛି । ତେବେ କହିବା ମୁସ୍କିଲ ଯେ, ମୋତେ ସବୁଠାରୁ କ’ଣ ପସନ୍ଦ । ମୋ ସ୍ୱାମୀ ସବୁଠାରୁ ଖରାପ ସମୟରେ ମୋ ସିତ ରହିଛନ୍ତି । ସେ ପ୍ରଥମରୁ ମୋ ସହିତ ରହିଛନ୍ତି । ତେଣୁ ମୁଁ ତାଙ୍କ ସହିତ ରହିବି ।
ସୂଚନାଯୋଗ୍ୟ, ଇଲିଆନା ଶେଷଥର ପାଇଁ ବିଦ୍ୟା ବାଲାନ, ପ୍ରତୀକ ଗାନ୍ଧି ଏବଂ ସିନ୍ଥଲ ରାମମୂର୍ତ୍ତିଙ୍କ ସହିତ ‘ଦୋ ଔର ଦୋ ପ୍ୟାର’ରେ ନଜର ଆସିଥିଲେ ।
ପୂର୍ବରୁ ଇଲିଆନା ଫଟୋଗ୍ରାଫର ଆଣ୍ଡ୍ର୍ୟୁଙ୍କୁ ଡେଟ କରୁଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକି ମିଳିଥିଲା । ଉଭୟ ମଧ୍ୟ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ, କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା । ବ୍ରେକଅପ୍ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ । ଇଲିଆନା ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ବେଡ୍ ଆକ୍ଟିଭ ରହିଛନ୍ତି। ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି ଇଲିଆନା।
The post ଆଉ ଫିଲ୍ମ କରିବେନି ଇଲିଆନା ଡିକ୍ରୁଜ ! ପୁଅ ପାଇଁ ନେଲେ ବଡ ନିଷ୍ପତ୍ତି appeared first on KNews Odisha.