ସମୁଦ୍ରରେ ଲୀନ ହୋଇଯିବ ଏହି ଦେଶ ! ଅଷ୍ଟ୍ରେଲିଆରେ ଶରଣ ପାଇଁ ଜନସଂଖ୍ୟାର ଅଧା ଲୋକ କଲେ ଆବେଦନ
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର ମଧ୍ୟରେ ରହିଛି ଛୋଟିଆ ଦ୍ୱୀପ ଦେଶ ଟୁଭାଲୁ । ଜଳବାୟୁ ପରିବର୍ତ୍ତନର ଭୟଙ୍କର ମାଡ଼ ସହୁଛି ଏହି ଦେଶ । ସମୁଦ୍ରରେ ଲୀନ ହେବା ଭୟ ଭିତରେ ବଞ୍ଚୁଛନ୍ତି ପୂରା ଦେଶବାସୀ । ଏହାରି ଭିତରେ ଦୁନିଆର ପ୍ରଥମ ସୁନିୟୋଜିତ ରାଷ୍ଟ୍ରୀୟ ପଳାୟନ ଆରମ୍ଭ ହୋଇଛି । ଜୁନ୍ ୧୬ରୁ ଆରମ୍ଭ ହୋଇଥିବା ଭିସା ଆବେଦନରେ ୫୧୫୭ ଜଣ (ପ୍ରାୟ ଅଧା ଜନସଂଖ୍ୟା) ଅଷ୍ଟ୍ରେଲିଆରେ ଶରଣ ପାଇଁ ଆବେଦନ କରିଛନ୍ତି । ଜୁଲାଇ ୧୮ରେ ଆବେଦନ ଅବଧି ଶେଷ ହୋଇଛି । ପ୍ରତିବର୍ଷ ୨୮୦ ଟୁଭାଲୁ ଲୋକ ଅଷ୍ଟ୍ରେଲିଆ ଯାଇ ପାରିବେ । ଏହି ସବୁ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ କାରଣରୁ ହେଉଛି ।ଅଷ୍ଟ୍ରେଲିଆ ଓ ହୱାଇ ମଧ୍ୟରେ ଟୁଭାଲୁ ଦ୍ୱୀପର ଅବସ୍ଥିତି । ନଅଟି ନିମ୍ନ ଏଟୋଲରେ ତିଆରି ହୋଇଛି । ଏହା ଉଚ୍ଚତା ମାତ୍ର ଛଅ ଫୁଟ୍ (୨ ମିଟର) । ଏହି ଦ୍ୱୀପର ସବୁଠୁ ଉଚ୍ଚତମ ସ୍ଥାନ ମାତ୍ର ୧୫ ଫୁଟ୍ । ଗତ ୩୦ ବର୍ଷରେ ସମୁଦ୍ରର ସ୍ତର ୬ ଇଞ୍ଚ୍ (୧୫ ସେଣ୍ଟିମିଟର) ବଢି ସାରିଛି । ବୈଜ୍ଞାନିକଙ୍କ କହିବା କଥା ୨୦୫୦ ଲୁଦ୍ଧା ଟୁଭାଲୁ ଅଧା ଭାଗ ପାଣିରେ ବୁଡ଼ି ଯିବ । ୨୧୦୦ ମସିହା ସୁଦ୍ଧା ୯୦ ପ୍ରତିଶତ ଭୂଭାଗ ସମୁଦ୍ରରେ ଲୀନ ହେବ ।ଏହା ବ୍ୟତୀତ ବାତ୍ୟା, ବନ୍ୟା ଓ ବଡ଼ ବଡ଼ ଜୁଆର ଟୁଭାଲୁର ଲୋକଙ୍କ ଜୀବନକୁ ନର୍କ କରିସାରିଲାଣି । ପାନୀୟ ଜଳରେ ଆସି, ସମୁଦ୍ରର ଲୁଣିଆ ପାଣି ମିଶୁଛି । ଫଳରେ ପାନୀୟ ଜଳ ନଷ୍ଟ ହେବା ସହ ଫସଲ ମଧ୍ୟ ବର୍ବାଦ ହେଉଛି । ନ
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର ମଧ୍ୟରେ ରହିଛି ଛୋଟିଆ ଦ୍ୱୀପ ଦେଶ ଟୁଭାଲୁ । ଜଳବାୟୁ ପରିବର୍ତ୍ତନର ଭୟଙ୍କର ମାଡ଼ ସହୁଛି ଏହି ଦେଶ । ସମୁଦ୍ରରେ ଲୀନ ହେବା ଭୟ ଭିତରେ ବଞ୍ଚୁଛନ୍ତି ପୂରା ଦେଶବାସୀ । ଏହାରି ଭିତରେ ଦୁନିଆର ପ୍ରଥମ ସୁନିୟୋଜିତ ରାଷ୍ଟ୍ରୀୟ ପଳାୟନ ଆରମ୍ଭ ହୋଇଛି । ଜୁନ୍ ୧୬ରୁ ଆରମ୍ଭ ହୋଇଥିବା ଭିସା ଆବେଦନରେ ୫୧୫୭ ଜଣ (ପ୍ରାୟ ଅଧା ଜନସଂଖ୍ୟା) ଅଷ୍ଟ୍ରେଲିଆରେ ଶରଣ ପାଇଁ ଆବେଦନ କରିଛନ୍ତି । ଜୁଲାଇ ୧୮ରେ ଆବେଦନ ଅବଧି ଶେଷ ହୋଇଛି । ପ୍ରତିବର୍ଷ ୨୮୦ ଟୁଭାଲୁ ଲୋକ ଅଷ୍ଟ୍ରେଲିଆ ଯାଇ ପାରିବେ । ଏହି ସବୁ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ କାରଣରୁ ହେଉଛି ।
ଅଷ୍ଟ୍ରେଲିଆ ଓ ହୱାଇ ମଧ୍ୟରେ ଟୁଭାଲୁ ଦ୍ୱୀପର ଅବସ୍ଥିତି । ନଅଟି ନିମ୍ନ ଏଟୋଲରେ ତିଆରି ହୋଇଛି । ଏହା ଉଚ୍ଚତା ମାତ୍ର ଛଅ ଫୁଟ୍ (୨ ମିଟର) । ଏହି ଦ୍ୱୀପର ସବୁଠୁ ଉଚ୍ଚତମ ସ୍ଥାନ ମାତ୍ର ୧୫ ଫୁଟ୍ । ଗତ ୩୦ ବର୍ଷରେ ସମୁଦ୍ରର ସ୍ତର ୬ ଇଞ୍ଚ୍ (୧୫ ସେଣ୍ଟିମିଟର) ବଢି ସାରିଛି । ବୈଜ୍ଞାନିକଙ୍କ କହିବା କଥା ୨୦୫୦ ଲୁଦ୍ଧା ଟୁଭାଲୁ ଅଧା ଭାଗ ପାଣିରେ ବୁଡ଼ି ଯିବ । ୨୧୦୦ ମସିହା ସୁଦ୍ଧା ୯୦ ପ୍ରତିଶତ ଭୂଭାଗ ସମୁଦ୍ରରେ ଲୀନ ହେବ ।
ଏହା ବ୍ୟତୀତ ବାତ୍ୟା, ବନ୍ୟା ଓ ବଡ଼ ବଡ଼ ଜୁଆର ଟୁଭାଲୁର ଲୋକଙ୍କ ଜୀବନକୁ ନର୍କ କରିସାରିଲାଣି । ପାନୀୟ ଜଳରେ ଆସି, ସମୁଦ୍ରର ଲୁଣିଆ ପାଣି ମିଶୁଛି । ଫଳରେ ପାନୀୟ ଜଳ ନଷ୍ଟ ହେବା ସହ ଫସଲ ମଧ୍ୟ ବର୍ବାଦ ହେଉଛି । ନାସା ଅନୁସାରେ ୨୦୫୦ ସୁଦ୍ଧା ଫୁନାଫୁତୀ (ରାଜଧାନୀ)ର ଆଧା ଅଞ୍ଚଳ ପ୍ରତିଦିନ ପାଣିରେ ବୁଡ଼ିବ । ଟୁଭାଲୁର ମୋଟ ଜନସଂଖ୍ୟାର ୬୦ ପ୍ରତିଶତ ଫୁନାଫୁତୀରେ ବାସ କରୁଛନ୍ତି ।
ଏହି ଭାୟନକ ସ୍ଥିତିର ମୁକାବିଲା ପାଇଁ ଅଷ୍ଟ୍ରେଲିଆ ଓ ଟୁଭାଲୁ ୨୦୨୩ରେ ଫାଲେପିଲୀ ୟୁନିୟନ ଚୁକ୍ତି ଉପରେ ହସ୍ତାକ୍ଷର କରିଥିଲେ । ଏହି ସନ୍ଧି ୨୦୨୪ରୁ ଲାଗୁ ହୋଇଛି । ଏହା ଦୁନିଆର ପ୍ରଥମ ଏପରି ବୁଝାମଣା, ଯାହା ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ପୂରା ଦେଶର ପଳାୟନର ଯୋଜନାକୁ କାର୍ଯ୍ୟକାରୀ କରିବ । ଏହି ଚୁକ୍ତି ଅନୁଯାୟୀ ପ୍ରତିବର୍ଷ ୨୮୦ ଟୁଭାଲୁ ଲୋକ ଅଷ୍ଟ୍ରେଲିଆରେ ଶରଣ ନେଇ ପାରିବେ । ଏହି ଭିସା ଦ୍ୱାରା ଟୁଭାଲୁ ଲୋକେ ଅଷ୍ଟ୍ରେଲିଆରେ ରହି ପାରିବେ । ପାଠ ପଢି ପାରିବେ, କାମ କରି ପାରିବେ । ଅଷ୍ଟ୍ରେଲିଆର ନାଗରିକଙ୍କ ପରି ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ପାଇ ପାରିବେ ।
ଅଷ୍ଟ୍ରେଲିଆ ସରକାର ଏହି ପ୍ରକ୍ରିୟାକୁ ଗର୍ବର ସହ ପଳାୟନର ରାସ୍ତା ବୋଲି କହିଛନ୍ତି । ତେବେ ଚୁକ୍ତି ଅନୁସାରେ ପ୍ରତବର୍ଷ କେବଳ ୨୮୦ ଲୋକ ହିଁ ଯାଇ ପାରିବେ । ଯାହା ଦେଶର ଜନସଂଖ୍ୟା ତୁଳନାରେ ବହୁତ କମ । ଏହି ସଂଖ୍ୟାରେ ସ୍ଥାନାନ୍ତରଣ ଜାରି ରୁହେ, ତେବେ ୧୦ ବର୍ଷରେ କେବଳ ୪୦ ପ୍ରତିଶତ ଲୋକ ହିଁ ଅଷ୍ଟ୍ରେଲିଆ ଯାଇ ପାରିବେ । ଫଳରେ ଟୁଭାଲୁରେ ବ୍ରେନ୍ ଡ୍ରେନର ବିପଦ ବଢିବ । କାରଣ କୁଶଳୀ ଓ ଦକ୍ଷ ଲୋକ ଦେଶରୁ ପ୍ରଥମେ ପଳାୟନ କରିବେ । ପଛରେ ଥିବା ଲୋକଙ୍କ ଜୀବନ ଆହୁରି ଜଟିଳ ହୋଇଯିବ ।
ସେପଟେ ଏହି ଚୁକ୍ତିନାମାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହା କ’ଣ ପ୍ରକୃତରେ ଏକ ସମ୍ମାନଜନକ ପଳାୟନ ? ଏହା ଗୋଟିଏ ଦେଶର ପରିଚୟ ଏବଂ ସଂସ୍କୃତିକୁ ରକ୍ଷା କରିବାର କ’ଣ ଶେଷ ସୁଯୋଗ ? ଜୁଲାଇ ଶେଷ ସୁଦ୍ଧା ଭିସା ଫଳାଫଳ ପ୍ରକାଶ ପାଇବ । ୨୦୨୫ ଶେଷ ସୁଦ୍ଧା ପ୍ରଥମ ବ୍ୟାଚ୍ ଅଷ୍ଟ୍ରେଲିଆରେ ପହଞ୍ଚିପାରିବେ । ଜଳବାୟୁ ପରିବର୍ତ୍ତନ କେତେ ବିପଜ୍ଜନକ ହୋଇପାରେ ଏହି ପଳାୟନ ତାହାର ଏକ ଭୟଙ୍କର ଉଦାହରଣ ।