ମଧୁବାବୁ ପେନସନ ଯୋଜନାରେ ମହାଦୁର୍ନୀତି ; ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ଭତ୍ତା ଟଙ୍କା

କନକ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାରେ ଦୁର୍ନୀତି । ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ପେନସନ୍ ଟଙ୍କା।  ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ୍ ନୂଆକୋଟ ଗ୍ରାମର ପଞ୍ଚାୟତ ଅଧିକାରୀଙ୍କ ନାମରେ ଏପରି ସାଙ୍ଘାତିକ ଅଭିଯୋଗ ସାମନାକୁ ଆସିଛି। ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି ।  ବର୍ତ୍ତିଲେନି ମୃତକ । ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ମଧୁବାବୁ ପେନସନ ଯୋଜନା ଟଙ୍କା । ମୃତକଙ୍କ ପରିବାରର ଅଜାଣତରେ ଏଭଳି କରାଯାଇଥିବା ଅଭିଯୋଗ  ହୋଇଛି । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର ନୂଆକୋଟ ଗାଁରୁ ଏପରି ଘଟଣା ସାମନାକୁ ଆସିଛି ।  କିଛି ଲୋକଙ୍କ ଆଙ୍ଗୁଳି ଛାପରେ ପେନସନ୍ ଟଙ୍କା ଉଠାଯାଇଥିବା ବେଳେ ଆଉ କିଛି ମୃତକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଛି । ତେବେ କାହା ଆଙ୍ଗୁଠି ଛାପରେ ଟଙ୍କା ଉଠାଯାଇଛି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଏଥିରେ ନୂଆକୋଟ ପଞ୍ଚାୟତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତକଙ୍କ ନାଁରେ ପେନସନ୍ ଟଙ୍କା ଉଠାଯାଇଥିବା ନେଇ ପଞ୍ଚାୟତର ସମିତି ସଭ୍ୟ ଓ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାର ସଦସ୍ୟ ହିଁ ଟଙ୍କା ନେଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଲଟା ଜବାବ୍ ଦେଇଛନ୍ତି । ଅନେକ ସମୟରେ ମୃତ

ମଧୁବାବୁ ପେନସନ ଯୋଜନାରେ ମହାଦୁର୍ନୀତି ; ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ଭତ୍ତା ଟଙ୍କା

କନକ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାରେ ଦୁର୍ନୀତି । ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ପେନସନ୍ ଟଙ୍କା।  ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ୍ ନୂଆକୋଟ ଗ୍ରାମର ପଞ୍ଚାୟତ ଅଧିକାରୀଙ୍କ ନାମରେ ଏପରି ସାଙ୍ଘାତିକ ଅଭିଯୋଗ ସାମନାକୁ ଆସିଛି। ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି । 

ବର୍ତ୍ତିଲେନି ମୃତକ । ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ମଧୁବାବୁ ପେନସନ ଯୋଜନା ଟଙ୍କା । ମୃତକଙ୍କ ପରିବାରର ଅଜାଣତରେ ଏଭଳି କରାଯାଇଥିବା ଅଭିଯୋଗ  ହୋଇଛି । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର ନୂଆକୋଟ ଗାଁରୁ ଏପରି ଘଟଣା ସାମନାକୁ ଆସିଛି ।  କିଛି ଲୋକଙ୍କ ଆଙ୍ଗୁଳି ଛାପରେ ପେନସନ୍ ଟଙ୍କା ଉଠାଯାଇଥିବା ବେଳେ ଆଉ କିଛି ମୃତକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଛି । ତେବେ କାହା ଆଙ୍ଗୁଠି ଛାପରେ ଟଙ୍କା ଉଠାଯାଇଛି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଏଥିରେ ନୂଆକୋଟ ପଞ୍ଚାୟତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମୃତକଙ୍କ ନାଁରେ ପେନସନ୍ ଟଙ୍କା ଉଠାଯାଇଥିବା ନେଇ ପଞ୍ଚାୟତର ସମିତି ସଭ୍ୟ ଓ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାର ସଦସ୍ୟ ହିଁ ଟଙ୍କା ନେଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଲଟା ଜବାବ୍ ଦେଇଛନ୍ତି । ଅନେକ ସମୟରେ ମୃତକଙ୍କ ନାଁରେ ପେନସନ୍ ଟଙ୍କା ଉଠୁଥିବା ଖବର ସାମନାକୁ ଆସୁଛି। ଯାହାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କାର୍ୟ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।