ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା : ବର୍ଷିଲା ମଧୁ ସ୍ମୃତି ପରିଷଦ
ଭୁବନେଶ୍ବର : ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା... The post ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା : ବର୍ଷିଲା ମଧୁ ସ୍ମୃତି ପରିଷଦ appeared first on .
ଭୁବନେଶ୍ବର : ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ମଧୁ ସ୍ମୃତି ପରିଷଦ । ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଲା ବିଜେପି । ହେଲେ ଏବେ ସ୍ବାଭିମାନୀ ପୁରୁଷଙ୍କୁ ଅବହେଳା କରୁଛନ୍ତି । ଅସ୍ମିତାର ଶବ୍ଦର ଅର୍ଥ କଣ ? ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଲୋକଙ୍କୁ ବୁଝାଇ ଦିଅନ୍ତୁ ବୋଲି କହିଛି ପରିଷଦ । ଏହି ଅସ୍ମିତା ଶବ୍ଦରେ ନୂଆ ସରକାର ଆସିଥିଲା, ମହାପୁରୁଷଙ୍କ ପ୍ରତି ଅବହେଳା ପାଇଁ ଦିନେ ବିଜେପି ସରକାର ଶାସନରୁ ବି ଯିବ ବୋଲି କହିଛି ପରିଷଦ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମିର ଉନ୍ନତିକରଣ ପାଇଁ ବର୍ଷେ ତଳେ ନବୀନ ପଟ୍ଟନାୟକଙ୍କ ସରକାର ୨୩ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲେ । ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ପୂର୍ବତନ ସରକାର ପଦକ୍ଷେପ ନେଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିଲା ନାହିଁ । ୬ ଏକର ଜମିରେ ଉନ୍ନତିକରଣ କାର୍ଯ୍ୟ ହେବା କଥା । ଓବିସିସି କର୍ପୋରେସନକୁ କାର୍ଯ୍ୟ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା ହେଲେ ଦୁର୍ଭାଗ୍ୟର କଥା ଏବେ ମଧ୍ୟ ୨୩ କୋଟି ୧୪ ଲକ୍ଷ ଟଙ୍କା ଓବିସିସି ପାଖରେ ପଡି ରହିଛି । ପ୍ରଶାସନିକ ଆନ୍ତରିକତାର ଅଭାବ ଓ ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁଁ ମଧୂସୁଦନ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇନି । ରମାଦେବୀ ନିର୍ମାଣ କରିଥିବା ଅନୁଷ୍ଠାନର ପୂନରୁଦ୍ଧାର କରି କସ୍ତୁରବା ବାଳାଶ୍ରମର ନିର୍ମାଣ ପାଇଁ ମଧ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ ପୂର୍ବ ସରକାର । କଟକ ଜିଲ୍ଲାର ଅଣ ଓଡ଼ିଆ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ତୁରନ୍ତ ବଦଳି ସହ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛି ମଧୁ ସ୍ମୃତି ପରିଷଦ। ନଚେତ ସର୍ବଦଳୀୟ ବୈଠକ ସହ ଆଗାମୀ ଦିନରେ ଓଡ଼ିଶା ସ୍ବାଭିମାନ ଓ ଓଡ଼ିଆ ଅସ୍ମିତା ପାଇଁ ଲଢେଇ ତୀବ୍ରତର ହେବ ବୋଲି ମଧୁ ସ୍ମୃତି ପରିଷଦ ଚେତାବନୀ ଦେଇଛି।
The post ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା : ବର୍ଷିଲା ମଧୁ ସ୍ମୃତି ପରିଷଦ appeared first on .