ମଧ୍ୟପ୍ରଦେଶ ବଲ୍ଲଭ ଭବନରେ ଭୟଙ୍କର ଅଗ୍ନିକାଣ୍ଡ... ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ
ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।
ମଧ୍ୟପ୍ରଦେଶ ଭୋପାଳର ବଲ୍ଲଭ ଭବନରେ ଭୟଙ୍କର ଅଗ୍ନିକାଣ୍ଡ। ବଲ୍ଲଭ ଭବନର ତୃତୀୟ ମହଲାରେ ଲାଗିଛି ନିଆଁ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଏହି ବିଲ୍ଡିଂରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଅବସ୍ଥିତ । ବର୍ତ୍ତମାନ ନିଆଁ ଆୟତ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ।
ସକାଳେ ହଠାତ୍ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଆକାଶ ପୂରା ଧୂଆଁମୟ ହୋଇ ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ପରେ ନିଆଁକୁ ଆୟତ୍ତ କରିଛି।
#BreakingNews : भोपाल से इस वक्त की बड़ी खबर, मध्य प्रदेश भवन में लगी आग, आग बुझाने की कोशिश जारी....????????#BigBreakingNews #Bhopal #fire #Secretariat #MadhyaPradesh #VallabhBhawan pic.twitter.com/zHlAOk8wjY — मारवाड़ी छोरी ???? (@Kittu_Jaat26) March 9, 2024
ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନ ଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜଳି ପାଉଁଶ ହୋଇ ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ସେନା ବାହିନୀର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି।
Massive fire at #VallabhBhavan - State Secretariat, Bhopal #MadhyaPradesh. Just few months back many files were guzzled when similar fire broke out in #Satpura building in State Capital.#Bhopal #MadhyaPradesh pic.twitter.com/aoW3WAfAfU — ???????????????? (@sidd_sharma01) March 9, 2024