ମଧ୍ୟପ୍ରଦେଶ ବୈତୁଲ କୋଇଲା ଖଣିରେ ଦୁର୍ଘଟଣା, ୩ ମୃତ
ବୈତୁଲ ୬।୩: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ପାଥାଖେଡାସ୍ଥିତ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ (ଡବ୍ଲୁସିଏଲ)ର ଛତରପୁର -୧କୋଇଲା ଖଣିରେ ଗୁରୁବାର ଗୋଟିଏ ଫେଜ ସ୍ଲାବ ଅଚାନକ ଧସିପଡିଛି। ଫଳରେ ଅନେକ ଶ୍ରମିକ ଓ କର୍ମଚାରୀ କୋଇଲା ତଳେ ପୋତି ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୩ଜଣ ଶ୍ରମିକଙ୍କ ମୃତ୍ୟୁ ପୁଷ୍ଟି ହୋଇଛି, ତେବେ ବାକି ଶ୍ରମିକ କର୍ମଚାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଖଣିରେ ଦୁର୍ଘଟଣା ସୂଚନା ପାଇ ଏସଡିଆରଏଫ, ଉଦ୍ଧାରକାରୀ ଟିମ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଖଣିକୁ ଓହ୍ଲାଇ ପୋତି ହୋଇପଡିଥିବା ଶ୍ରମିକ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୈତୁଲ ଏସପି ନିଶ୍ଚଲ ଏନ.ଝାରିଆ ନିଜେ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖି ରହିଛି। ଖଣିତଳେ ଫଶି ରହିଥିବା ଶ୍ରମିକଙ୍କ ସହାୟତା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଖଣି ତଳେ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣା ପଡି ନାହିଁ। ତେବେ ପ୍ରାଥମିକ ସୂଚନା ଅନୁସାରେ ଖଣିରେ ଏକ କୋଇଲା ସ୍ଲାବ ଧସି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଲାବ ଧସିପଡିବାରୁ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଚିହ୍ନଟ ହୋଇଛି, ବୈତୁଲ ଏସପି କହିଛନ୍ତି ଯେ ଦୁର୍ଘଟଣାରେ ସିଫ୍ଟ ଇନଚାର୍ଜ ଗୋବିନ୍ଦ, ଓଭରମ୍ୟାନ ହରି ଚୌଧୁରୀ
ବୈତୁଲ ୬।୩: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ପାଥାଖେଡାସ୍ଥିତ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ (ଡବ୍ଲୁସିଏଲ)ର ଛତରପୁର -୧କୋଇଲା ଖଣିରେ ଗୁରୁବାର ଗୋଟିଏ ଫେଜ ସ୍ଲାବ ଅଚାନକ ଧସିପଡିଛି। ଫଳରେ ଅନେକ ଶ୍ରମିକ ଓ କର୍ମଚାରୀ କୋଇଲା ତଳେ ପୋତି ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୩ଜଣ ଶ୍ରମିକଙ୍କ ମୃତ୍ୟୁ ପୁଷ୍ଟି ହୋଇଛି, ତେବେ ବାକି ଶ୍ରମିକ କର୍ମଚାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଖଣିରେ ଦୁର୍ଘଟଣା ସୂଚନା ପାଇ ଏସଡିଆରଏଫ, ଉଦ୍ଧାରକାରୀ ଟିମ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ଉଦ୍ଧାରକାରୀ ଦଳ ଖଣିକୁ ଓହ୍ଲାଇ ପୋତି ହୋଇପଡିଥିବା ଶ୍ରମିକ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୈତୁଲ ଏସପି ନିଶ୍ଚଲ ଏନ.ଝାରିଆ ନିଜେ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖି ରହିଛି। ଖଣିତଳେ ଫଶି ରହିଥିବା ଶ୍ରମିକଙ୍କ ସହାୟତା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଖଣି ତଳେ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣା ପଡି ନାହିଁ। ତେବେ ପ୍ରାଥମିକ ସୂଚନା ଅନୁସାରେ ଖଣିରେ ଏକ କୋଇଲା ସ୍ଲାବ ଧସି ପଡିବାରୁ ଏହି ଦୁର୍ଘଟଣା ଘଟିଛି।
ସ୍ଲାବ ଧସିପଡିବାରୁ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଚିହ୍ନଟ ହୋଇଛି, ବୈତୁଲ ଏସପି କହିଛନ୍ତି ଯେ ଦୁର୍ଘଟଣାରେ ସିଫ୍ଟ ଇନଚାର୍ଜ ଗୋବିନ୍ଦ, ଓଭରମ୍ୟାନ ହରି ଚୌଧୁରୀ ଓ ମାଇନିଂ ସର୍ଦ୍ଦାର ରାମଦେବ ପଣ୍ଡୌଲଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଶ୍ରମିକମାନଙ୍କୁ ଖଣି ତଳେ ଖୋଜା ଯାଉଛି। ଦୁର୍ଘଟଣା କାଳରେ ଖଣିରେ ୨୫-୨୬ ଜଣ ଶ୍ରମିକ ଓ କର୍ମଚାରୀ ଥିଲେ। ତେବେ ସେମାନେ ଅନ୍ୟ ସେକ୍ଟରରେ କାମ କରୁଥିଲେ।
କୁହାଯାଉଛି ଖଣି ଛାତର ଉଚ୍ଚତା ପ୍ରାୟ ୧୦ ମିଟର ଥିଲା ଓ ଅପରାହ୍ନ ୩ଟା ବେଳେ ଅଚାନକ ଗଳି ପଡିଥିଲା। ଖଣିରେ ସ୍ଲାବ ଧସିବା ଖବର ମିଳିବାମାତ୍ରେ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଦୁର୍ଘଟଣାରେ ମୃତ ୩ କର୍ମଚାରୀଙ୍କ ଶବ ଖଣି ବାହାରକୁ ଅଣାଯାଇଛି। ଖଣିରେ ଦୁର୍ଘଟଣା ସୂଚନା ମିଳିବା ପରେ ୟୁନିୟନ ନେତା କର୍ମଚାରୀମାନେ ହସ୍ପିଟାଲରେ ପହଞ୍ଚିଛନ୍ତି। କୁହାଯାଉଛି ଖଣିକୁ କୋଲକାତା କମ୍ପାନୀ ଠିକା ନେଇଛି ଓ ଅଷ୍ଟ୍ରେଲିୟ ମେସିନରେ କାମ ହେଉଥିଲା। ମେସିନ କୋଇଲା କାଟିବା କାମ କରୁଥିଲା। ଖଣିର ସ୍ଲାବ ଧସିବା କାଳରେ ଅଧିକାରୀ ଓ କର୍ମଚାରୀ ଖଣିକୁ ନିରୀକ୍ଷଣ ପାଇଁ ଯାଇଥିଲେ। ଏହି ଦୁର୍ଘଟଣା ଖଣି ମୁହଁରୁ ୩୦୦ ମିଟର ତଳେ ହୋଇଛି।