ମଧ୍ୟପ୍ରଦେଶରେ ମଦ ବନ୍ଦକୁ ମଞ୍ଜୁରି; ୧୭ ଧାର୍ମିକ ସହରରେ ଲାଗିଲା ପ୍ରତିବନ୍ଧକ
ଭୋପାଲ: ମଧ୍ୟପ୍ରଦେଶରେ ମଦ ବନ୍ଦ ହେବ । ରାଜ୍ୟ କିଛି ସହରରେ ଆଲକହଲ୍ ବ୍ୟାନ ନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାର ରାଜ୍ୟର ୧୭ଟି ଧାର୍ମିକ ସହରରେ ମଦ ବିକ୍ରି ଉପରେ ରୋକ୍ ନେଇ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଜ୍ଜୈନ, ଜବଲପୁର, ମନ୍ଦସୌର ସମେତ ୧୭ ସହରରେ ମଦ ଉପରେ ପ୍ରତିବନ୍ଧକ ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କ୍ୟାବିନେଟ୍ ବୈଠକର ନେତୃତ୍ବ ନେବା ପୂର୍ବରୁ ମଦବନ୍ଦୀ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଆଜିର କ୍ୟାବିନେଟ୍ ବୈଠକରେ ମଦ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ମୋହନ ଯାଦବ ସରକାର ମଧ୍ୟପ୍ରଦେଶର ୧୭ଟି ଧର୍ମିକ ସହରରେ ମଦବନ୍ଦ ନିଷ୍ପତ୍ତି ନେଇଛନ୍ତି । ଏହି ସହର ମଧ୍ୟରେ ଉଜ୍ଜୈନ, ଓଁକାରଶ୍ବର, ମୈହର, ଖଜୁରାହୋ, ସହେଶ୍ବର, ଆରଛା, ସାଞ୍ଚି, ନଳଖେଡ଼ା, ସଲକନପୁର, ଜବଲପୁର, ମନ୍ଦାସୌର ଜିଲ୍ଲା ସାମିଲ୍ ରହିଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଦ ଯୋଗ ଅନେକ ପରିବାର ନଷ୍ଟ ହେଇଯାଉଛି । ସମାଜ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି । ଦେଶୀ ହେଉ ଅବା ବିଦେଶୀ ରାଜ୍ୟର ଧାର୍ମିକ ସହରରେ ମଦ ଦୋକାନ ଉପରେ ତାଲା ଲାଗିବ । ମଧ୍ୟପ୍ରଦେଶ ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ କହିଛନ୍ତି, କେବଳ ମଦ ନୁହେଁ ଏହି ଧର୍ମିକ ସ୍ଥଳଗୁଡ଼ିକ ସିଗାରେଟ୍ ଭଳି ନିଶାଦ୍ରବ୍ୟ ବିକ୍ରି ଏବଂ ଜୁଆ-ସଟ୍ଟା ମଧ୍ୟ ବନ୍ଦ ହେବା
ଭୋପାଲ: ମଧ୍ୟପ୍ରଦେଶରେ ମଦ ବନ୍ଦ ହେବ । ରାଜ୍ୟ କିଛି ସହରରେ ଆଲକହଲ୍ ବ୍ୟାନ ନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାର ରାଜ୍ୟର ୧୭ଟି ଧାର୍ମିକ ସହରରେ ମଦ ବିକ୍ରି ଉପରେ ରୋକ୍ ନେଇ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଜ୍ଜୈନ, ଜବଲପୁର, ମନ୍ଦସୌର ସମେତ ୧୭ ସହରରେ ମଦ ଉପରେ ପ୍ରତିବନ୍ଧକ ଲାଗିଛି ।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ କ୍ୟାବିନେଟ୍ ବୈଠକର ନେତୃତ୍ବ ନେବା ପୂର୍ବରୁ ମଦବନ୍ଦୀ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଆଜିର କ୍ୟାବିନେଟ୍ ବୈଠକରେ ମଦ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ମୋହନ ଯାଦବ ସରକାର ମଧ୍ୟପ୍ରଦେଶର ୧୭ଟି ଧର୍ମିକ ସହରରେ ମଦବନ୍ଦ ନିଷ୍ପତ୍ତି ନେଇଛନ୍ତି । ଏହି ସହର ମଧ୍ୟରେ ଉଜ୍ଜୈନ, ଓଁକାରଶ୍ବର, ମୈହର, ଖଜୁରାହୋ, ସହେଶ୍ବର, ଆରଛା, ସାଞ୍ଚି, ନଳଖେଡ଼ା, ସଲକନପୁର, ଜବଲପୁର, ମନ୍ଦାସୌର ଜିଲ୍ଲା ସାମିଲ୍ ରହିଛି ।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଦ ଯୋଗ ଅନେକ ପରିବାର ନଷ୍ଟ ହେଇଯାଉଛି । ସମାଜ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି । ଦେଶୀ ହେଉ ଅବା ବିଦେଶୀ ରାଜ୍ୟର ଧାର୍ମିକ ସହରରେ ମଦ ଦୋକାନ ଉପରେ ତାଲା ଲାଗିବ । ମଧ୍ୟପ୍ରଦେଶ ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ କହିଛନ୍ତି, କେବଳ ମଦ ନୁହେଁ ଏହି ଧର୍ମିକ ସ୍ଥଳଗୁଡ଼ିକ ସିଗାରେଟ୍ ଭଳି ନିଶାଦ୍ରବ୍ୟ ବିକ୍ରି ଏବଂ ଜୁଆ-ସଟ୍ଟା ମଧ୍ୟ ବନ୍ଦ ହେବା ଦରକାର ।