ମଧ୍ୟପ୍ରାଚ୍ୟ ଲାଗି ବଢୁଛି ଯୁଦ୍ଧ ବିପଦ, ଲେବାନନରେ ରହୁଥିବା ଭାରତୀୟଙ୍କୁ ଦେଶ ଛାଡିବାକୁ ପରାମର୍ଶ

ନୂଆଦିଲ୍ଲୀ : ଶୀର୍ଷ ହମାସ ନେତା ଇସ୍ମାଇଲ ହାନିୟାଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟକୁ ଘନେଇଛି  ଯୁଦ୍ଧ ବିପଦ। ଏହାକୁ ନେଇ ଲେବାନନସ୍ଥିତ ଭାରତୀୟ ଦୂତାବାସ ବଡ଼ ଆଦେଶ ଜାରି କରିଛନ୍ତି। ଭାରତ ସରକାର ଲେବାନନରେ ରହୁଥିବା ଭାରତୀୟଙ୍କୁ ତତ୍କାଳ ଦେଶଛାଡି ଚାଲିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁମାନେ ଅଚାନକ ଦେଶ ଛାଡି ପାରିବେନି ସେମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଦୂତାବାସ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ କ୍ଷେତ୍ରରେ ସାଂପ୍ରତିକ ଘଟଣାକ୍ରମ ଓ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ପରବର୍ତ୍ତି ସୂଚନା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବା ପାଇଁ ପରାମର୍ଶ ଦିଆଯାଉଛି। ସେହିପରି ଏଥିରେ ଲେବାନନରେ ବସବାସ କରୁଥିବା ସବୁ ଭାରତୀୟ ନାଗରିକଙ୍କୁ ଦେଶ ଛାଡିବାକୁ କଡ଼ାକଡି ନିର୍ଦ୍ଦେଶ ମଧ୍ୟ ଦିଆଯାଉଛି। ଏହା ଛଡା ଯେଉଁ ଲୋକେ କୌଣସି କାରଣ ବସତଃ ଅଟକି ରହିଛନ୍ତି ସେମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ସହିତ ନିଜ ଗତିବିଦ୍ଧି ସୀମିତ କରିବାକୁ ଓ କୌଣସି ପରିସ୍ଥିତିରେ ଲେବାନନସ୍ଥିତ ଦୂତାବାସଙ୍କୁ ଇ-ମେଲ କରିବାକୁ ଅଥବା ଜରୁରି ନମ୍ବରରେ କଲ କରିବାକୁ କୁହାଯାଇଛି। Updated travel advisory for Indian Nationals. pic.twitter.com/vDTao33LnM— India in Lebanon (@IndiaInLebanon) August 1, 2024ହମାସ ନେତା ଇସ୍ମାଇଲ ହାନି

ମଧ୍ୟପ୍ରାଚ୍ୟ ଲାଗି ବଢୁଛି ଯୁଦ୍ଧ ବିପଦ, ଲେବାନନରେ ରହୁଥିବା ଭାରତୀୟଙ୍କୁ ଦେଶ ଛାଡିବାକୁ ପରାମର୍ଶ

ନୂଆଦିଲ୍ଲୀ : ଶୀର୍ଷ ହମାସ ନେତା ଇସ୍ମାଇଲ ହାନିୟାଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟକୁ ଘନେଇଛି  ଯୁଦ୍ଧ ବିପଦ। ଏହାକୁ ନେଇ ଲେବାନନସ୍ଥିତ ଭାରତୀୟ ଦୂତାବାସ ବଡ଼ ଆଦେଶ ଜାରି କରିଛନ୍ତି। ଭାରତ ସରକାର ଲେବାନନରେ ରହୁଥିବା ଭାରତୀୟଙ୍କୁ ତତ୍କାଳ ଦେଶଛାଡି ଚାଲିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁମାନେ ଅଚାନକ ଦେଶ ଛାଡି ପାରିବେନି ସେମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। 

ଏନେଇ ଦୂତାବାସ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ କ୍ଷେତ୍ରରେ ସାଂପ୍ରତିକ ଘଟଣାକ୍ରମ ଓ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ପରବର୍ତ୍ତି ସୂଚନା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବା ପାଇଁ ପରାମର୍ଶ ଦିଆଯାଉଛି। ସେହିପରି ଏଥିରେ ଲେବାନନରେ ବସବାସ କରୁଥିବା ସବୁ ଭାରତୀୟ ନାଗରିକଙ୍କୁ ଦେଶ ଛାଡିବାକୁ କଡ଼ାକଡି ନିର୍ଦ୍ଦେଶ ମଧ୍ୟ ଦିଆଯାଉଛି। ଏହା ଛଡା ଯେଉଁ ଲୋକେ କୌଣସି କାରଣ ବସତଃ ଅଟକି ରହିଛନ୍ତି ସେମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ସହିତ ନିଜ ଗତିବିଦ୍ଧି ସୀମିତ କରିବାକୁ ଓ କୌଣସି ପରିସ୍ଥିତିରେ ଲେବାନନସ୍ଥିତ ଦୂତାବାସଙ୍କୁ ଇ-ମେଲ କରିବାକୁ ଅଥବା ଜରୁରି ନମ୍ବରରେ କଲ କରିବାକୁ କୁହାଯାଇଛି। 


ହମାସ ନେତା ଇସ୍ମାଇଲ ହାନିୟାଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଏବେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି। କୌଣସି ମୁହୁର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇଯିବାର ଆଶଙ୍କା କରାଯାଉଛି। ଏଣୁ ଭାରତ ସରକାର ନିଜ ନାଗରିକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନେଇ ଧମକ ଦେଇଛନ୍ତି ଯେ ସେ ହାନିୟା ମୃତ୍ୟୁର ପ୍ରତିଶୋଧ ନେବେ। ଏହା ପରେ ଯୁଦ୍ଧ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଇରାନର ଆକ୍ରମଣକୁ ଏବେ ଅପେକ୍ଷା କରାଯାଇଛି। ଅପରପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଇରାନକୁ ଧମକ ଦେଇଛନ୍ତି। କହିଛନ୍ତି ଯେ ଇସ୍ରାଏଲ କୌଣସି ମୋର୍ଚ୍ଚାରେ ଯେ କୌଣସି ପ୍ରକାରର ଆକ୍ରମକତାର ଭୀଷଣ ମୂଲ୍ୟ ଅସୁଲ କରିବ।