ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସା

କନକ ବ୍ୟୁରୋ: ହମାସ ମୁଖ୍ୟ ଇସମାଇଲ ହାନିୟାର ହତ୍ୟା ପ୍ରତିଶୋଧ ନେବାକୁ ରକ୍ତମୁଖା ଇରାନ । ୪୮ଘଂଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ବଢ଼ୁଛି । ସବୁଠୁ ଚିନ୍ତାର ବିଷୟ ହେଉଛି ଇସ୍ରାଏଲ ଉପରେ କେବଳ ଇରାନ ନୁହେଁ ଏହା ସମର୍ଥିତ ଆତଙ୍କୀ ସଂଗଠନ ହୁତି ଓ ହିଜବୁଲ୍ଲା ମଧ୍ୟ ହାତ ମିଶାଇବା ସହ ବଡଧରଣର ଆକ୍ରମଣ କରିବାକୁ ଆଗକୁ ବଢ଼ୁଥିବା ସୂଚନା ମିଳିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲେବାନନ ପାଲଟିପାରେ ଯୁଦ୍ଧ […] The post ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସା first appeared on Kanak News.

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସା

କନକ ବ୍ୟୁରୋ: ହମାସ ମୁଖ୍ୟ ଇସମାଇଲ ହାନିୟାର ହତ୍ୟା ପ୍ରତିଶୋଧ ନେବାକୁ ରକ୍ତମୁଖା ଇରାନ । ୪୮ଘଂଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ବଢ଼ୁଛି । ସବୁଠୁ ଚିନ୍ତାର ବିଷୟ ହେଉଛି ଇସ୍ରାଏଲ ଉପରେ କେବଳ ଇରାନ ନୁହେଁ ଏହା ସମର୍ଥିତ ଆତଙ୍କୀ ସଂଗଠନ ହୁତି ଓ ହିଜବୁଲ୍ଲା ମଧ୍ୟ ହାତ ମିଶାଇବା ସହ ବଡଧରଣର ଆକ୍ରମଣ କରିବାକୁ ଆଗକୁ ବଢ଼ୁଥିବା ସୂଚନା ମିଳିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲେବାନନ ପାଲଟିପାରେ ଯୁଦ୍ଧ କ୍ଷେତ୍ର । କାରଣ ଇସ୍ରାଏଲ ଓ ଲେବାନନ ସୀମା ଲାଗି ରହିଛି । ଏଠାରୁ ହିଁ ହିଜବୁଲ୍ଲା ସିଧାସଳଖ ଇସ୍ରାଏଲ ମିସାଇଲ ମାଡ଼ ଆରମ୍ଭ କରିଛି ।

ସ୍ଥିତିକୁ ଦୃଷ୍ଟିରେ ରଖି ଲେବାନନରେ ଥିବା ନାଗରିକଙ୍କୁ ତୁରନ୍ତ ଛାଡିବାକୁ ଆମେରିକା ଆଡଭାଇଜରି ଜାରି କରିଛି । ଆମେରିକା ସହ ଅନେକ ୟୁରୋପୀୟ ଦେଶମାନେ ବି ନିଜ ନିଜର ନାଗରିକଙ୍କୁ ଲେବାନନ ଛାଡି ରହିବାକୁ କହିଛନ୍ତି ।

ସେପଟେ ମିଳିତ ଆକ୍ରମଣକୁ ମୁକାବିଲା ପାଇଁ ପ୍ରସ୍ତୁତ ଇସ୍ରାଏଲ । ସହଯୋଗୀ ଦେଶମାନଙ୍କୁ ପ୍ରତିରକ୍ଷା ସହଯୋଗ ମଧ୍ୟ ଲୋଡିଛି । ମଧ୍ୟପ୍ରାଚ୍ୟର ଅସ୍ଥିରତା ଭିତରେ ଆମେରିକା ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଇସ୍ରାଏଲକୁ ସମର୍ଥନ କରି ମଧ୍ୟପ୍ରାଚ୍ୟର ବିଭିନ୍ନ ଅଂଚଳରେ ଆମେରିକା ନିଜର ଫାଇଟର ଜେଟ ସ୍କ୍ବାଡ୍ରନ, ଡେଷ୍ଟୋରୟର, ଫାଇଟର ଜେଟ ମୁତୟନ କରିଛି । ସେପଟେ ତେଲ ଆଭିଭରେ ପହଁଚିଛନ୍ତି ଆମେରିକାର ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଜେନେରାଲ ମାଇକେଲ କୁରିଲା। ଏଥିସହ ‘ଜି ସେଭନେ’ର ବୈଦେଶିକମନ୍ତ୍ରୀଙ୍କ ସହ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଲୋଚନା କରିଛି ଆମେରିକା ।

ଇସ୍ରାଏଲ ଉପରେ ଇରାନ ଯେଉଁ ତିନୋଟି ରାସ୍ତା ଦେଇ ଆକ୍ରମଣ କରିପାରେ ସେଗୁଡିକ ମଧ୍ୟରେ ପ୍ରଥମଟି ହେଉଛି ଭୂମଧ୍ୟ ସାଗର । ଦ୍ବିତୀୟଟି ହେଉଛି ଲୋହିତ ସାଗର । ତୃତୀୟ ହେଉଛି ଆଦାନ ମଧ୍ୟପ୍ରାଚ୍ୟ ଅଂଚଳ । ତେଣୁ ଏଠାରେ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମୁତୟନ କରି ଏହାକୁ ଅବରୋଧ କରି ଜଗି ରହିଛି ଆମେରିକା ।
ଏହି ଆଶଙ୍କା ମଧ୍ୟ ରହିଛି ଯେ ମଧ୍ୟପ୍ରାଚ୍ୟ ଆବ୍ରାହାମ ଆଲାଏନ୍ସ ଓ ପ୍ରତିରୋଧ ବାହୀନି ମଧ୍ୟରେ ବଡ ସଂଘର୍ଷ ହୋଇପାରେ । ଆବ୍ରାହମ ଆଲାଏନ୍ସ ହେଉଛି ଇସ୍ରାଏଲର ଏକ ଆଂଚଳିକ ମେଂଟ । ଏହାର ମୂଳକାମ ଇସ୍ରାଏଲ ସମର୍ଥିତ ଦେଶଙ୍କୁ ଏକାଠି ରଖିବା । ପ୍ରତିରୋଧ ବାହିନୀ ହେଉଛି ଇରାନ ସମର୍ଥିତ ବିଶାଳ ଆତଙ୍କବାଦୀ ନେଟୱର୍କ

ଇସ୍ରାଏଲ ବିରୋଧରେ ଇରାନ, ହମାସ ଓ ହିଜବୁଲ୍ଲା,ହୁତି ମିଳିତ ରଣହୁଙ୍କାର ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା ବଢ଼ାଇଦେଇଛି । ସେପଟେ ନିଜ ଦେଶ ଉପରେ ଆକ୍ରମଣ ଆଶଙ୍କାକୁ ଦେଖି ଇସ୍ରାଏଲ ପ୍ରଥମେ ଇରାନ ଉପରେ ଆକ୍ରମଣ କରିବା ସମ୍ଭାବନା ମଧ୍ୟ ରହିଛି ।ଚର୍ଚ୍ଚା ହେଉଛି ଇସ୍ରାଏଲ ନିଜ ଦେଶକୁ ରକ୍ଷା କରିବାକୁ ୨୦ବର୍ଷ ପୂର୍ବରୁ ପ୍ରସ୍ତୁତି କରିସାରିଛି ।

ଯୁଦ୍ଧ ଆଶଙ୍କା: ଇସ୍ରାଏଲର ପ୍ରସ୍ତୁତି
ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ୨୦ବର୍ଷ ପୂର୍ବରୁ ବଙ୍କର ନିର୍ମାଣ କରିଛି ଇସ୍ରାଏଲ । ତେଲ ଅଭିଭରେ ଏକ ଶକ୍ତିଶାଳୀ ବଙ୍କର ନିର୍ମାଣ ରହିଛି ।ଯାହା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଏହା ପ୍ରତିରୋଧ କରିପାରେ ।ଏହାର ନାଁ ନ୍ୟାଶନାଲ ମ୍ୟାନେଜମେଂଟ ସେଂଟର ଓ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ଭାଗ ଅଟେ ।

ରୁଷ-ୟୁକ୍ରେନ ,ହମାସା ପାଲେଷ୍ଟାଇନ ଯୁଦ୍ଧରେ ନାଟୋ ହସ୍ତକ୍ଷେପ କରିଥିବାବେଳେ ଏବେ ଇସ୍ରାଏଲ-ଇରାନ ଯୁଦ୍ଧ ଆଶଙ୍କାରେ ମୁହଁଫିଟାଇନି ନାଟୋ । ତେଣୁ ଆଗକୁ ନାଟୋ କ’ଣ କରୁଛି ତା ଉପରେ ନଜର

The post ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସା first appeared on Kanak News.