କାଶିଆ ନାଳରେ ଭାସୁଛି ପାରାଲିସିସରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ 

ପାଟଣା,୨୨।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ  ଚିନାମାଳି ପଶି ଗ୍ରାମର ତଣ୍ଡିଆସାହି  କାଶିଆ ନାଳରୁ ଶୁକ୍ରବାର  ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୃଦ୍ଧା ଜଣକ ହେଉଛନ୍ତି  ଚିନାମାଳିପଶି ଗ୍ରାମ ମୁଣ୍ଡା ସାହିର ମହେଶ୍ୱର ମହାନ୍ତଙ୍କ ସ୍ତ୍ରୀ ପାର୍ବତୀ ମହାନ୍ତ। ସୂଚନାଯୋଗ୍ୟ, ବୃଦ୍ଧା ଜଣଙ୍କ ପାରାଲିସିସ ରୋଗରେ ଆକ୍ରାନ୍ତ ଥିଲେ । ଗୁରୁବାର ଅପରାହ୍ନରେ ନାଳକୁ ଗାଧୋବାକୁ ଯାଇ ନିଖୋଜ ଥିଲେ। ଶୁକ୍ରବାର ସକାଳୁ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ […] The post କାଶିଆ ନାଳରେ ଭାସୁଛି ପାରାଲିସିସରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ  appeared first on Dharitri Odia News.

କାଶିଆ ନାଳରେ ଭାସୁଛି ପାରାଲିସିସରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ 
ପାଟଣା,୨୨।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ  ଚିନାମାଳି ପଶି ଗ୍ରାମର ତଣ୍ଡିଆସାହି  କାଶିଆ ନାଳରୁ ଶୁକ୍ରବାର  ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୃଦ୍ଧା ଜଣକ ହେଉଛନ୍ତି  ଚିନାମାଳିପଶି ଗ୍ରାମ ମୁଣ୍ଡା ସାହିର ମହେଶ୍ୱର ମହାନ୍ତଙ୍କ ସ୍ତ୍ରୀ ପାର୍ବତୀ ମହାନ୍ତ।
ସୂଚନାଯୋଗ୍ୟ, ବୃଦ୍ଧା ଜଣଙ୍କ ପାରାଲିସିସ ରୋଗରେ ଆକ୍ରାନ୍ତ ଥିଲେ । ଗୁରୁବାର ଅପରାହ୍ନରେ ନାଳକୁ ଗାଧୋବାକୁ ଯାଇ ନିଖୋଜ ଥିଲେ। ଶୁକ୍ରବାର ସକାଳୁ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀ ଏବଂ ଘଟଗାଁ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।

The post କାଶିଆ ନାଳରେ ଭାସୁଛି ପାରାଲିସିସରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ  appeared first on Dharitri Odia News.