ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…
ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି। ଜଣେ ସହକର୍ମୀଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମେନ ଡ୍ୟୁଟିରେ ନ ଥିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଦିନ ଘଟିଛି। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ […] The post ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ… appeared first on Dharitri Odia News.
ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି।
ଜଣେ ସହକର୍ମୀଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମେନ ଡ୍ୟୁଟିରେ ନ ଥିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଦିନ ଘଟିଛି। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ସେଣ୍ଟ୍ରାଲ ଏବଂ ହାରବର୍ ଲାଇନ ଉପରେ ଉପାନ୍ତ ସହର ଟ୍ରେନ ସେବା ବିଳମ୍ବିତ ହୋଇଥିଲା। ବାସ୍ତବରେ, ଅନେକ କର୍ମଚାରୀ (ମୋଟରମ୍ୟାନ) ସେମାନଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିଲେ। ଜଣେ ରେଳ ଅଧିକାରୀ ଏହି ଖବର ଦେଇଛନ୍ତି।
ସାରେ ରେଳ ସେବାରେ ବିଳମ୍ବ ଯୋଗୁ ବହୁ ସଂଖ୍ୟକ ଯାତ୍ରୀ ସିଏସଏମଟି ଏବଂ ଅନ୍ୟାନ୍ୟ ଷ୍ଟେଶନରେ ଅଟକି ରହିଥିଲେ। ଅଧିକାରୀ କହିଛନ୍ତି, ’ଟ୍ରେନ ସେବାରେ ବିଳମ୍ବ ହୋଇଥିଲା କାରଣ ଅନେକ ମୋଟରମ୍ୟାନ କଲ୍ୟାଣ ଯାଇ ସେମାନଙ୍କ ସହକର୍ମୀ ମୁଲରୀଧର ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।
ଶୁକ୍ରବାର ଦିନ ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ଟ୍ରାକ ଅତିକ୍ରମ କରୁଥିବାବେଳେ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ଶର୍ମାଙ୍କ ଶେଷ ରୀତିନୀତି ଅପରାହ୍ନରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହା ଅପରାହ୍ନ ୫ ଟାରେ ଅନୁଷ୍ଠିତ ହୋଇଥିଲା। ୮୮ ଟି ସ୍ଥାନୀୟ ଟ୍ରେନ ସେବା ସମେତ ପ୍ରାୟ ୧୪୭ ଟି ଟ୍ରେନ ବାତିଲ କରାଯାଇଥିଲା।
The post ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ… appeared first on Dharitri Odia News.