ଜାଣନ୍ତୁ କାହା ସହ ଡେଟ୍ କରୁଛନ୍ତି କ୍ରିତି
ଲଣ୍ଡନ: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ ନିଜ ଦମ୍ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ସର୍ବଦା ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା କ୍ରିତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କ୍ରିତିଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବ୍ରିଟେନ୍ର କୋଟିପତି ବ୍ୟବସାୟୀ କବୀର ବହିଆଙ୍କ ସହ ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ […] The post ଜାଣନ୍ତୁ କାହା ସହ ଡେଟ୍ କରୁଛନ୍ତି କ୍ରିତି appeared first on Dharitri Odia News.
ଲଣ୍ଡନ: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ ନିଜ ଦମ୍ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ସର୍ବଦା ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା କ୍ରିତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କ୍ରିତିଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବ୍ରିଟେନ୍ର କୋଟିପତି ବ୍ୟବସାୟୀ କବୀର ବହିଆଙ୍କ ସହ ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗ୍ରୀସ୍ରେ କ୍ରିତି ଗତ ୨୭ ତାରିଖରେ କବୀରଙ୍କ ସହ ମିଶି ନିଜ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀ ଜଣକ ପ୍ରଥମେ ନିଜ ଜନ୍ମଦିନ ଫଟୋ ଶେୟାର କରିବାର କିଛି ସମୟ ପରେ କବୀର ମଧ୍ୟ ସମାନ ସ୍ଥାନରୁ ନିଜ ଫଟୋକୁ ଶେୟାର କରିଥିଲେ। ଏହାପରଠାରୁ ଉଭୟ କ୍ରିତି ଓ କବୀରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ଓ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଅନୁମାନ କରାଯାଉଛି। କବୀର ହେଉଛନ୍ତି ବ୍ରିଟେନ୍ର ପ୍ରସିଦ୍ଧ ବ୍ୟବସାୟୀ ତଥା ‘ସାଉଥ୍ୱାଲ୍ ଟ୍ରାଭେଲ’ର ପ୍ରତିଷ୍ଠାତା କୁଲ୍ଜିନ୍ଦର ବହିଆଙ୍କ ପୁଅ। ଲଣ୍ଡନର ସବୁଠାରୁ ଧନୀ ପରିବାର ମଧ୍ୟରେ କବୀରଙ୍କ ପରିବାରକୁ ଗଣନା କରାଯାଇଥାଏ। କବୀରଙ୍କ ମୋଟ ମୋଟ୍ ସମ୍ପତ୍ତି ପ୍ରାୟ ସାଢ଼େ ୩ ହଜାର କୋଟି ଟଙ୍କା ରହିଛି। ପ୍ରକାଶ ଯେ କ୍ରିତିଙ୍କୁ ଶେଷ ଥର ପାଇଁ ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ତେରି ବାତୋଁ ମେଁ ଐସା ଉଲ୍ଝା ଜିଆ’ ଫିଲ୍ମରେ ଦେଖିବାକୁ ମିଳିଥିଲା।
The post ଜାଣନ୍ତୁ କାହା ସହ ଡେଟ୍ କରୁଛନ୍ତି କ୍ରିତି appeared first on Dharitri Odia News.