ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି
ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି କାରବାର ବନ୍ଦ ହୋଇଛି। ସେନସେକ୍ସ ୭୩୨.୯୬ ପଏଣ୍ଟ ହ୍ରାସ ପାଇ ୭୩୮୭୮.୧୫ ପଏଣ୍ଟରେ ବନ୍ଦ ହୋଇଥିଲା ବେଳେ ନିଫ୍ଟି ମଧ୍ୟ ୧୭୨.୩୫ ପଏଣ୍ଟ ହ୍ରାସ ପାଇ ୨୨୪୭୫.୮୫ ପଏଣ୍ଟରେ ବନ୍ଦ ହୋଇଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ମଧ୍ୟ ପ୍ରାୟ ୪.୨୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। […] The post ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି appeared first on Dharitri Odia News.
ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି କାରବାର ବନ୍ଦ ହୋଇଛି। ସେନସେକ୍ସ ୭୩୨.୯୬ ପଏଣ୍ଟ ହ୍ରାସ ପାଇ ୭୩୮୭୮.୧୫ ପଏଣ୍ଟରେ ବନ୍ଦ ହୋଇଥିଲା ବେଳେ ନିଫ୍ଟି ମଧ୍ୟ ୧୭୨.୩୫ ପଏଣ୍ଟ ହ୍ରାସ ପାଇ ୨୨୪୭୫.୮୫ ପଏଣ୍ଟରେ ବନ୍ଦ ହୋଇଛି।
ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ମଧ୍ୟ ପ୍ରାୟ ୪.୨୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ନିବେଶକମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହି ହ୍ରାସ କେବଳ ଭାରତରେ ସୀମିତ ନାହିଁ। ଏସିଆର ସମସ୍ତ ଷ୍ଟକ୍ ମାର୍କେଟ ମଧ୍ୟ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି।
ଜାପାନର ନିକ୍କେ, ଚାଇନାର ସାଂଘାଇ କମ୍ପୋଜିଟ୍ ଏବଂ ଦକ୍ଷିଣ କୋରିଆର କୋସ୍ପି ମଧ୍ୟ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଲ୍ ଆଣ୍ଡ ଟି, ଏଚଡିଏଫସି ବ୍ୟାଙ୍କ ଏବଂ ଭାରତ ଏୟାରଟେଲର ଷ୍ଟକରେ ଏକ ବଡ ହ୍ରାସ ରେକର୍ଡ କରାଯାଇଛି। ଏହାର ପ୍ରଭାବ ସମଗ୍ର ବଜାରରେ ଦେଖିବାକୁ ମିଳିଛି।
The post ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି appeared first on Dharitri Odia News.