ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍ ସେବା ସ୍ବଭାବିକ
ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଇଣ୍ଟରନେଟ ସେବା ସ୍ବଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି ରହିଛି। ମଙ୍ଗଳବାର ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ […] The post ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍ ସେବା ସ୍ବଭାବିକ appeared first on Dharitri Odia News.
ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଇଣ୍ଟରନେଟ ସେବା ସ୍ବଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି ରହିଛି।
ମଙ୍ଗଳବାର ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଥିଲେ।
ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ଉତ୍ତେଜନା ଘଟଣାରେ ଆଉ ୧୨ଜଣଙ୍କୁ ରବିବାର ରାତିରେ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ପୁରୁଣାବଜାର ଓ ଧାମନଗର ଥାନାରେ ହୋଇଥିବା ମାମଲାରେ ମୋଟ ଗିରଫ ସଂଖ୍ୟା ୨୭ରେ ପହଞ୍ଚତ୍ଛି। ପୋଲିସକୁ ଆକ୍ରମଣ ନେଇ ପୁରୁଣାବଜାର ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୨୭୦/୨୪)ରେ ପୂର୍ବରୁ ୭ଜଣ ଗିରଫ ହୋଇଥିଲେ। ରବିବାର ରାତିରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ସେହିପରି ମାମଲା (ନଂ.୨୬୯/୨୪)ରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଥିଲା ବୋଲି ସୋମବାର ଏସ୍ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ ସୂଚନା ଦେଇଛନ୍ତି। ଜିଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛି। ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସକାଳେ ଓ ସନ୍ଧ୍ୟାରେ ଫ୍ଲାଗ୍ମାର୍ଚ୍ଚ କରାଯାଉଛି। ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ଡିଆଇଜି କହିଥିଲେ।
ଧାମନଗର ବଜାରରେ ରାସ୍ତାରୋକୋ ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ରାତିରେ ୫ ଓ ସୋମବାର ଆଉ ୫ଜଣ ଗିରଫ ହୋଇଛନ୍ତି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାରେ ଧାମନଗର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି କହିଛନ୍ତି। ଧାମନଗର ଓ ଦୋବଲ ଅଞ୍ଚଳରେ ୬ ପ୍ଲାଟୁନ ଫୋର୍ସ ସହ ରାପିଡ୍ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। କେବଳ ବ୍ୟାଙ୍କ ଓ ଅଫିସିଆଲ କାର୍ଯ୍ୟରେ ଇଣ୍ଟରନେଟ ସେବା ଜାରି ରହିବ। ଏବେ ସୁଦ୍ଧା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସବୁଆଡ଼େ ପୋଲିସ ପକ୍ଷରୁ ଚେକିଂ କରାଯାଉଛି। ସୋମବଠାରୁ ଏସବୁ ଅଞ୍ଚଳରେ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଦୋକାନରେ ୩ରୁ ଅଧିକ ଲୋକ ରହିପାରିବେ ନାହିଁ ଏବଂ ଏସବୁ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଥିବା ପର୍ଯ୍ୟନ୍ତ ସପ୍ତାହିକ ହାଟ ବନ୍ଦ ରହିବ। ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ ସେବା ବନ୍ଦ ଓ ୧୬୩ ଧାରା ଲାଗୁ ବଢ଼ାଇ ଦିଆଯିବା ସହ ଆଗକୁ ଗିରଫ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଡିଆଇଜି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଏସ୍ପି ବାସୁଦେବ ସ୍ବାଇଁ, ଏସ୍ଡିପିଓ ତ୍ରିଲୋଚନ ସେଠୀ, ତହସିଲଦାର ଦୀପକ କୁମାର ଦାସ ଓ ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାୟକ ଉପସ୍ଥିତ ଥିଲେ।
The post ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍ ସେବା ସ୍ବଭାବିକ appeared first on Dharitri Odia News.