ଆମକୁ ବିଦେଶୀ ପ୍ରମାଣପତ୍ର ଲୋଡ଼ାନାହିଁ: ଓମାର
ଶ୍ରୀନଗର,୨୬ା୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା ଏହାକୁ ସମାଲୋଚନା କରିଛନ୍ତି। ଓମାର କହିଛନ୍ତି, ଜମ୍ମୁ-କଶ୍ମୀରରେ ନିର୍ବାଚନ ଏକ ଆଭ୍ୟନ୍ତରୀଣ ବ୍ୟାପାର। କେନ୍ଦ୍ର ସରକାର ବିଦେଶୀମାନଙ୍କୁ ନିର୍ବାଚନ ଯାଞ୍ଚ କରାଇବା ପାଇଁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେତେବେଳେ ବିଦେଶୀ ସରକାରମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି, ସେତେବେଳେ ଭାରତ ସରକାର ‘ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର’ ବୋଲି କହିଥାଆନ୍ତି। ଏବେ ସେମାନେ ହଠାତ୍ କାହିଁକି ବିଦେଶୀ ଅନୁଧ୍ୟାନକାରୀଙ୍କୁ ଆମ ନିର୍ବାଚନ ଦେଖାଇବାକୁ ଡାକିଛନ୍ତି […] The post ଆମକୁ ବିଦେଶୀ ପ୍ରମାଣପତ୍ର ଲୋଡ଼ାନାହିଁ: ଓମାର appeared first on Dharitri Odia News.
ଶ୍ରୀନଗର,୨୬ା୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା ଏହାକୁ ସମାଲୋଚନା କରିଛନ୍ତି। ଓମାର କହିଛନ୍ତି, ଜମ୍ମୁ-କଶ୍ମୀରରେ ନିର୍ବାଚନ ଏକ ଆଭ୍ୟନ୍ତରୀଣ ବ୍ୟାପାର। କେନ୍ଦ୍ର ସରକାର ବିଦେଶୀମାନଙ୍କୁ ନିର୍ବାଚନ ଯାଞ୍ଚ କରାଇବା ପାଇଁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେତେବେଳେ ବିଦେଶୀ ସରକାରମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି, ସେତେବେଳେ ଭାରତ ସରକାର ‘ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର’ ବୋଲି କହିଥାଆନ୍ତି। ଏବେ ସେମାନେ ହଠାତ୍ କାହିଁକି ବିଦେଶୀ ଅନୁଧ୍ୟାନକାରୀଙ୍କୁ ଆମ ନିର୍ବାଚନ ଦେଖାଇବାକୁ ଡାକିଛନ୍ତି ବୋଲି ଓମାର ପ୍ରଶ୍ନ କରିଛନ୍ତି। ବିଦେଶୀଙ୍କଠାରୁ ଆମକୁ ପ୍ରମାଣପତ୍ର ନେବା ଆବଶ୍ୟକ ନାହିଁ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଏନ୍ସି ସପକ୍ଷରେ ଯାଇଥିବା ସେ କହିଛନ୍ତି।
The post ଆମକୁ ବିଦେଶୀ ପ୍ରମାଣପତ୍ର ଲୋଡ଼ାନାହିଁ: ଓମାର appeared first on Dharitri Odia News.