ବୁଧବାର ଓଡ଼ିଶା ଆସିବେ ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ: ଦିଆଯିବ ପୁରସ୍କାର ରାଶି

ଭୁବନେଶ୍ୱର,୨୦।୮: ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍‌ ବୁଧବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ହକି ଦଳ ଆସିବା ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଦେଇଛନ୍ତି। ଦିନ ସାଢ଼େ ୧୨ଟାରେ ବିମାନ ବନ୍ଦରରେ ପହଞ୍ଚିବେ ଭାରତୀୟ ହକି ଟିମ। ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ ଯାଏଁ ଶୋଭାଯାତ୍ରା ଆୟୋଜନ କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଭାରତୀୟ ଟିମ୍‌କୁ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ। ବ୍ରୋଞ୍ଜ ବିଜେତା ଭାରତୀୟ […] The post ବୁଧବାର ଓଡ଼ିଶା ଆସିବେ ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ: ଦିଆଯିବ ପୁରସ୍କାର ରାଶି appeared first on Dharitri Odia News.

ବୁଧବାର ଓଡ଼ିଶା ଆସିବେ ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ: ଦିଆଯିବ ପୁରସ୍କାର ରାଶି

ଭୁବନେଶ୍ୱର,୨୦।୮: ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍‌ ବୁଧବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ହକି ଦଳ ଆସିବା ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଦେଇଛନ୍ତି। ଦିନ ସାଢ଼େ ୧୨ଟାରେ ବିମାନ ବନ୍ଦରରେ ପହଞ୍ଚିବେ ଭାରତୀୟ ହକି ଟିମ। ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ ଯାଏଁ ଶୋଭାଯାତ୍ରା ଆୟୋଜନ କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଭାରତୀୟ ଟିମ୍‌କୁ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ।
ବ୍ରୋଞ୍ଜ ବିଜେତା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରସ୍କାର ଘୋଷଣା କରିଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ମିଳିବ କୁହାଯାଇଥିଲା। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅମିତଙ୍କୁ ଏହା ପୂର୍ବରୁ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ ଇଣ୍ଡିଆ।

The post ବୁଧବାର ଓଡ଼ିଶା ଆସିବେ ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ: ଦିଆଯିବ ପୁରସ୍କାର ରାଶି appeared first on Dharitri Odia News.