ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ
ଗୁରୁଡିଝାଟିଆ: ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ । ଗୁରୁଡିଝାଟିଆ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ଯାଇ ପାଚିକା, ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ସଂପର୍କରେ ଆଲୋଚନା କରିବା ସହ ଅନୁଧ୍ୟାନ କରିଛନ୍ତି । ଗତକାଲି ଅବନିକାନ୍ତ ସାହୁଙ୍କ ନେତୃତ୍ୱରେ ଖାଦ୍ୟ କମିସନ ଗୁରୁଡିଝାଟିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ମାନ ପରଖିଥିଲେ । […]

ଗୁରୁଡିଝାଟିଆ: ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ । ଗୁରୁଡିଝାଟିଆ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ଯାଇ ପାଚିକା, ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ସଂପର୍କରେ ଆଲୋଚନା କରିବା ସହ ଅନୁଧ୍ୟାନ କରିଛନ୍ତି । ଗତକାଲି ଅବନିକାନ୍ତ ସାହୁଙ୍କ ନେତୃତ୍ୱରେ ଖାଦ୍ୟ କମିସନ ଗୁରୁଡିଝାଟିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ମାନ ପରଖିଥିଲେ । ଶ୍ରୀ ସାହୁଙ୍କ ସହ ଖାଦ୍ୟ କମିସନର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ୟୁନିସେଫ ପରାମର୍ଶଦାତା କମଲ ଜେନା, ଓଏସଏଫସିର ସଦସ୍ୟ ପ୍ରଭାସ କୁମାର ନାୟକଙ୍କ ସହ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସହିତ ଉପଖଣ୍ଡ ଯୋଗାଣ ଅଧିକାରୀ , ସମନ୍ୱିତ ଶିଶୁ ବିକାଶ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପ୍ରକାଶଯୋଗ୍ୟ ମଧ୍ୟାହ୍ନ ଭୋଜନ ନିମ୍ନମାନର ସଂପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖାଦ୍ୟ କମିସନ ପ୍ରତିନିଧି ମଣ୍ଡଳୀ ଗୁରୁଡିଝାଟିଆ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ କୁ ଆସି ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ ।