ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ
କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି ହୋଇଛି। ନଚେତ ମେନୁ ପରିବର୍ତ୍ତନ ଉପରେ ବିଚାର କରିବାକୁ ଦାବି ହେଉଛି। ଏ ନେଇ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାକର୍ସ ଆସୋସିଏଶନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନୁଯାୟୀ, ଅଙ୍ଗନୱାଡ଼ିରେ ଅଣ୍ଡା […] The post ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ appeared first on Dharitri Odia News.
କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି ହୋଇଛି। ନଚେତ ମେନୁ ପରିବର୍ତ୍ତନ ଉପରେ ବିଚାର କରିବାକୁ ଦାବି ହେଉଛି। ଏ ନେଇ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାକର୍ସ ଆସୋସିଏଶନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅନୁଯାୟୀ, ଅଙ୍ଗନୱାଡ଼ିରେ ଅଣ୍ଡା ପିଛା ୫ ଟଙ୍କା ମିଳୁଥିବା ବେଳେ ଘରକୁ ବଣ୍ଟନ ହେଉଥିବା ଶୁଖିଲା ଖାଦ୍ୟରେ ଦିଆଯାଉଥିବା ଅଣ୍ଡା ବାବଦକୁ ୫.୫୦ ପଇସା ସରକାର ଦେଉଛନ୍ତି। କିନ୍ତୁ ବଜାରରେ ଅଣ୍ଡା ଦାମ ୮ ଟଙ୍କାରେ ପହଞ୍ଚିଲାଣି। ଗତ ପାଞ୍ଚ ବର୍ଷ ତଳେ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଅନୁସାରେ ଅର୍ଥ ଦିଆଯାଉଛି। ଫଳରେ ଅଙ୍ଗନୱାଡିକର୍ମୀଙ୍କ ଉପରେ ଆର୍ଥିକ ବୋଝ ପଡୁଥିବା ରାଜ୍ୟ ସମ୍ପାଦିକା ମମତା ରାଣୀ ବେହେରା କହିଛନ୍ତି। ଅଣ୍ତାର ଦର ବୃଦ୍ଧି କରା ନ ଗଲେ ସେହି ଅର୍ଥରେ ଯେତିକି ଅଣ୍ତା ହୋଇପାରିବ ସେତିକି ବଣ୍ଟନ କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ନଚେତ ମେନୁ ପରିବର୍ତ୍ତନ କରି ସପ୍ତାହରେ ୨ ଦିନ ଅଣ୍ତା, ୨ ଦିନ ଡାଲମା ଓ ୨ ଦିନ ସୋୟାବଡ଼ି ଦେବାକୁ ଦାବି କରିଛନ୍ତି। ସଂଗଠନ ସମ୍ପାଦକ ଭାନୁମତୀ ମହାନ୍ତ, ସଭାପତି ଚନ୍ଦ୍ରମଣୀ ବାରିକ ସମେତ ସୋମ୍ଭାରୀ ନାଏକ, ମିନାକ୍ଷୀ ପଲେଇ, କଲ୍ୟାଣୀ ବେହୁରିଆ, ଚମ୍ପାବତୀ ବାରିକ, ମମତା ସେଠୀ, ପ୍ରେମଲତା ଆଚାର୍ଯ୍ୟ, ନମିତା ମହାନ୍ତ, ପଦ୍ମତୋଳା ଚୌଧୁରୀ, ଜମୁନା ନାୟକ, ସବିତା ମହାନ୍ତ, ସୁଚିସ୍ମିତା ନାୟକ, ମାଳତୀ ହାଁସଦା, କାମିନୀ ଦେହୁରୀ, ମମତା ବାରିକ, ସୁଲୋଚନା ବେହେରା, ସାଇଲତା ବେହେରା, ଗୀତାରାଣୀ ମହାନ୍ତି, ରୀନା ବେହେରା, ଅରୁନ୍ଦତୀ ନାଏକ, ପଙ୍କଜିନୀ ପ୍ରଧାନ, ଟିକି ପାତ୍ର, ରଶ୍ମିତା ସେଠୀ ପ୍ରମୁଖ ସାମିଲ ହୋଇ ଦାବିପତ୍ର ଦେଇଥିଲେ। ଏହାର ଏକକିତା ନକଲ କେନ୍ଦୁଝର ଉପଜିଲାପାଳ, ଜିଲା କଲ୍ୟାଣ ସମାଜ ମଙ୍ଗଳ ଅଧିକାରିଣୀ, ଜିଲାର ସମସ୍ତ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଦିଆଯାଇ ଥିବା ସେମାନେ ସୂଚନା ଦେଇଛନ୍ତି।
The post ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ appeared first on Dharitri Odia News.