ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା

ଦାରିଙ୍ଗବାଡ଼ି,୯ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଉତ୍ତେଜନା ଦେଖାଯାଇଛି। ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳାମାନେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିଲେ ମଧ୍ୟ ଦେଖିବାକୁ ପହଞ୍ଚି ନ ଥିଲେ କିମ୍ବା ଶିକ୍ଷା ବିଭାଗ ଓ ପ୍ରଶାସନ ବିଦ୍ୟାଳୟରେ ପହଞ୍ଚି ନ ଥିବା ନେଇ ଉତ୍ତେଜନା ଦେଖାଯାଇଥିଲା। କନ୍ଧମାଳର […] The post ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା appeared first on Dharitri Odia News.

ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା

ଦାରିଙ୍ଗବାଡ଼ି,୯ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଉତ୍ତେଜନା ଦେଖାଯାଇଛି। ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳାମାନେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିଲେ ମଧ୍ୟ ଦେଖିବାକୁ ପହଞ୍ଚି ନ ଥିଲେ କିମ୍ବା ଶିକ୍ଷା ବିଭାଗ ଓ ପ୍ରଶାସନ ବିଦ୍ୟାଳୟରେ ପହଞ୍ଚି ନ ଥିବା ନେଇ ଉତ୍ତେଜନା ଦେଖାଯାଇଥିଲା। କନ୍ଧମାଳର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ନିରୂପମା ଦୋରା, ବିଇଓ ହାଡ଼ିବନ୍ଧୁ ବେହେରା, ଅଶୋକ ସାହୁ ପ୍ରମୁଖ ବିଦ୍ୟାଳୟରେ ତଦନ୍ତ କରିବା ପାଇଁ ପହଞ୍ଚିଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା। କାହିଁକି ତଦନ୍ତରେ ବିଳମ୍ବରେ ପହଞ୍ଚିଲେ ବୋଲି ଅଭିଯୋଗ କରିବା ସହ ରୋଷେଇ କରୁଥିବା ଏସ୍‌ଏଚ୍‌ଜି ମହିଳାମାନେ ଆଉ ରୋଷେଇ ନ କରିବାକୁ ଦାବି କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ପରିବର୍ତ୍ତନ କରାଯିବା ଏବଂ ବିଦ୍ୟାଳୟର ବିକାଶ କରାଯିବା ପାଇଁ ଦାବି କରାଯାଇଥିଲା। ଉକ୍ତ ବିଦ୍ୟାଳୟରେ ଭିତ୍ତିଭୂମି ଥାଇ ମଧ୍ୟ ଅତି ପୁରୁଣା କୋଠା ପରିତ୍ୟକ୍ତ ଅବସ୍ଥାରେ ରହିଛି। ନୂତନ କୋଠା ସହ ରୋଷେଇ ଶାଳ, ମଧ୍ୟାହ୍ନଭୋଜନ ଖାଇବା ପାଇଁ ଡାଇନିଂ ହଲ୍‌ ବ୍ୟବସ୍ଥା ଉତ୍ତମ ଶୌଚାଳୟ ବ୍ୟବସ୍ଥା, ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ଦାବି ହୋଇଥିଲା। ତୁରନ୍ତ ରୋଷେଇ ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ହଟାଇବାକୁ ଦାବି କରିବା ସହ ନୂତନ ଦାୟିତ୍ୱ ପ୍ରଦାନ ଆଦି ଦାବି କରିଥିଲେ। ବିଦ୍ୟାଳୟର ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯିବା ବ୍ୟବସ୍ଥା କରାଯିବା ଦରକାର ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଅଭିଭାବକ ଓ ଗ୍ରାମବାସୀ ସମସ୍ତ ଅଧିକାରୀଙ୍କୁ ଘେରିବା ସହ ଖବର ଲେଖାହେବା ସୁଦ୍ଧା ଉତ୍ତେଜନା ଜାରି ରହିଛି। ଅନ୍ୟପକ୍ଷରେ ମଧ୍ୟାହ୍ନଭୋଜନ ରୋଷେଇ ହୋଇ ପାରି ନ ଥିବାରୁ ପିଲାମାନେ ଭୋକଉପାସରେ ରହିଛନ୍ତି।

The post ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମହିଳାଙ୍କୁ ଘେରିଲେ ଅଭିଭାବକ: ବିଦ୍ୟାଳୟରେ ଉତ୍ତେଜନା appeared first on Dharitri Odia News.