ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ
ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍ ଥାଇ ମଧ୍ୟ ଅଧିକ ଦେଖାଇ ମଧ୍ୟାହ୍ନ ଭୋଜନ ରନ୍ଧାଯାଇଥିବା ଭଳି ଘଟଣା ଷ୍ଟାଣ୍ଡିଙ୍ଗ କମିଟି ନଜରକୁ ଆସିଛି। ଏହି ଟିମ୍ରେ ରତିକାନ୍ତ ପଣ୍ଡା, ଅରୁଣ କୁମାର ମିଶ୍ର, ଡାଲିମ୍ବ ଭତରା, କୃଷ୍ଣା ମଞ୍ଜରୀ ବିଷୋୟୀ, ଧନସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ବିମଳ ତ୍ରିପାଠୀ ପ୍ରମୁଖ ରହିଥିଲେ। […] The post ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ appeared first on Dharitri Odia News.
ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍ ଥାଇ ମଧ୍ୟ ଅଧିକ ଦେଖାଇ ମଧ୍ୟାହ୍ନ ଭୋଜନ ରନ୍ଧାଯାଇଥିବା ଭଳି ଘଟଣା ଷ୍ଟାଣ୍ଡିଙ୍ଗ କମିଟି ନଜରକୁ ଆସିଛି।
ଏହି ଟିମ୍ରେ ରତିକାନ୍ତ ପଣ୍ଡା, ଅରୁଣ କୁମାର ମିଶ୍ର, ଡାଲିମ୍ବ ଭତରା, କୃଷ୍ଣା ମଞ୍ଜରୀ ବିଷୋୟୀ, ଧନସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ବିମଳ ତ୍ରିପାଠୀ ପ୍ରମୁଖ ରହିଥିଲେ। ଜିଲାପରିଷଦ ଅଧ୍ୟକ୍ଷ ମୋତିରମ ନାୟକଙ୍କ ସମେତ କମିଟି ସଦସ୍ୟମାନେ ଉମରକୋଟ ବ୍ଲକ ରାଉତଗୁଡ଼ା, ବଙ୍ଗପାଲିଗୁଡ଼ା, ସିନ୍ଧିଗାଁ, ଝରିଗାଁ ବ୍ଲକର ଝଳିଆଗୁଡ଼ା, ଡାବୁଗାଁ ବ୍ଲକ କେନ୍ଦୁଗୁଡ଼ା, ପାପଡ଼ାହାଣ୍ଡି ବ୍ଲକ ଜାମ୍ବଗୁଡ଼ା, ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡ଼ା, କୁଜାଜାନିଗୁଡ଼ା ଓ ନନ୍ଦାହାଣ୍ଡି ବ୍ଲକ ହିର୍ଲିଆଗୁଡ଼ା ଭଳି ୨୫ଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।
ପ୍ରାଥମିକ ବିଦ୍ୟାଳୟରେ ଏଯାଏ ଅନେକ ପିଲା କ୍ରମିକ ସଂଖ୍ୟା ଜାଣି ନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି କିନ୍ତୁ ଧାନ କଟା ଯୋଗୁ ଛୁଟିରେ ରହିଯାଇଛନ୍ତି। ପିଲାଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା କମିଟି ସଦସ୍ୟ ଦେଖିଥିଲେ। ସେହିଭଳି ଗ୍ରାମାଞ୍ଚଳରେ ଶିକ୍ଷକ ରାହୁନାହାନ୍ତି। ନିଜ ପିଲାଙ୍କୁ ସହରରେ ପାଠପଢା ସୁବିଧା ଥିବା ଯୋଗୁ ଅନେକ ଶିକ୍ଷକ ଗ୍ରାମଞ୍ଚଳରେ ନିଯୁକ୍ତି ପାଇଁ ସହରମୁହାଁ ହୋଇଥିବା ଜାଣି କମିଟି ଅସନ୍ତୋଷ ପ୍ରକାଶ କରିଛି।
The post ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ appeared first on Dharitri Odia News.