ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଲୋକଙ୍କ ତଥ୍ଯ ଜାଲିଆତି କରି ବିଭିନ୍ନ ଆକାଉଣ୍ଟକୁ ଯାଉଛି ଲକ୍ଷାଧିକ... The post ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଲୋକଙ୍କ ତଥ୍ଯ ଜାଲିଆତି କରି ବିଭିନ୍ନ ଆକାଉଣ୍ଟକୁ ଯାଉଛି ଲକ୍ଷାଧିକ ଟଙ୍କା । ନନ୍ଦିଘୋଷ ଟିଭି ହାତରେ ତଥ୍ୟ ଲାଗିବା ପରେ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ଯାଳୟ ଆଗରେ କରିଛନ୍ତି ଆନ୍ଦୋଳନ। ଶ୍ରମିକମାନଙ୍କୁ ୧୦୦ ଦିନ କର୍ମସଂସ୍ଥାନ ଯୋଗାଇଦେବାକୁ ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଶା ଥିଲା ଯୋଜନା ଜରିଆରେ ଲୋକ ଦୁଇ ପଇସା ରୋଜଗାର କରିବା ସହିତ ପରିବାର ପ୍ରତିପୋଷଣ କରିବେ । ହେଲେ କିଛି ଲାଭଖୋର ସରକାରୀ ବାବୁଙ୍କ ପାଇଁ ଯୋଜନାର ସଠିକ୍ ରୂପାୟନକୁ ନେଇ ଉଠିଛି ପ୍ରଶ୍ନ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ମନରେଗା ଦୁର୍ନୀତିର କଚ୍ଚାଚିଠା । ମନରେଗା ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ସଦର ମହକୁମା ମେଦିନୀପୁର ପଞ୍ଚାୟତରୁ ।
କୁସୁମଶିଳା ଗାଁର ବ୍ୟବସାୟୀ ବିକ୍ରମ ନାଏକଙ୍କ ନାଁରେ ଜବ କାର୍ଡ ପ୍ରସ୍ତୁତ କରି ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୧୨ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଛି । ସେହିଭଳି ନିରାକାର ନାଏକଙ୍କ ନାଁରେ ମଧ୍ୟ ସମାନ ସମାନ ଭାବରେ ୩୮ ହଜାର ୮୩୬ ଟଙ୍କା ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଛି । ଏଭଳି ଭାବେ ଅନ୍ୟଜଣେ ବ୍ୟକ୍ତି ପ୍ରକାଶ ଚନ୍ଦ୍ର ମହାନନ୍ଦଙ୍କ ଆକାଉଣ୍ଟରେ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଜଙ୍ଗଲ ନିକଟରେ ଟ୍ରେଞ୍ଜ କାମ ହୋଇଥିବା ଦର୍ଶାଇ ପ୍ରାୟ ୭୮ ହଜାର ୬୫୦ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ କରାଯାଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି।
ସ୍ଥାନୀୟ ଜିଆରଏସ ଦେବେନ୍ଦ୍ର ସାହୁ ଜାଲିଆତି କରି ଅର୍ଥ ଆତ୍ମସାତ କରିଥିବା ସ୍ଥାନୀୟ ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି । ଏହି ଘୋଟାଲା ଯୋଗୁଁ ମନରେଗାରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ବର୍ଷ ହେଲା ନିଜ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଛନ୍ତି । ଖବର ପାଇ ଭବାନୀପାଟଣା ବିଡିଓ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଲିଖିତ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ତେବେ ଏନେଇ ସଂପୃକ୍ତ ଜିଆରଏସ ଦେବେନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେଉଁମାନେ କାମ କରିଛନ୍ତି ସେମାନଙ୍କ ନାଁ ରେ ଟଙ୍କା ଟ୍ରାନସଫର୍ କରାଯାଇଛି ।
The post ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ appeared first on .