ଆଜି ଅନ୍ତିମ ବିଦାୟ ନେବେ ପଦ୍ମଭୂଷଣ ରମାକାନ୍ତ ରଥ, ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ବର : ଆଜି ଅନ୍ତିମ ବିଦାୟ ନେବେ ଶ୍ରୀରାଧାର ସ୍ରଷ୍ଚା ।  ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ।  ଭୁବନେଶ୍ବର ଖାରବେଳନଗରସ୍ଥିତ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି । ଗତକାଲି ୯୧ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଥିଲେ ସୁନାମଧନ୍ୟ ସାରସ୍ବତ ସାଧକ ରମାକାନ୍ତ ରଥ ।  ନିଜର ବଳିଷ୍ଠ ରଚନାରେ ଓଡ଼ିଆ ସାରସ୍ବତ […] The post ଆଜି ଅନ୍ତିମ ବିଦାୟ ନେବେ ପଦ୍ମଭୂଷଣ ରମାକାନ୍ତ ରଥ, ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ଶେଷକୃତ୍ୟ appeared first on KNews Odisha.

ଆଜି ଅନ୍ତିମ ବିଦାୟ ନେବେ ପଦ୍ମଭୂଷଣ ରମାକାନ୍ତ ରଥ, ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ଶେଷକୃତ୍ୟ
ramakanta sir

ଭୁବନେଶ୍ବର : ଆଜି ଅନ୍ତିମ ବିଦାୟ ନେବେ ଶ୍ରୀରାଧାର ସ୍ରଷ୍ଚା ।  ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ।  ଭୁବନେଶ୍ବର ଖାରବେଳନଗରସ୍ଥିତ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଗତକାଲି ୯୧ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଥିଲେ ସୁନାମଧନ୍ୟ ସାରସ୍ବତ ସାଧକ ରମାକାନ୍ତ ରଥ ।  ନିଜର ବଳିଷ୍ଠ ରଚନାରେ ଓଡ଼ିଆ ସାରସ୍ବତ ଜଗତକୁ ସେ ଅନେକ କାଳଜୟୀ କୃତି ଭେଟି ଦେଇଛନ୍ତି ।  ରମାକାନ୍ତଙ୍କ କବିତା ସଂକଳନ ମଧ୍ୟରେ କେତେ ଦିନର, ସନ୍ଦିଗ୍ଧ ମୃଗୟା, ସପ୍ତମ ରତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ଆଦି ବେଶ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ ।

କବିତା ସଂକଳନ ସପ୍ତମ ଋତୁ ପାଇଁ ୧୯୭୮ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।  ସଚିତ୍ର ଅନ୍ଧାର ପାଇଁ ୧୯୮୪ରେ ଶାରଳା ପୁରସ୍କାର ଓ ୧୯୯୨ ମସିହାରେ ଶ୍ରୀରାଧା ପାଇଁ ସମ୍ମାନଜନକ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।  ସାରସ୍ବତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୦୬ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ରମାକାନ୍ତ ରଥ ।

Also read: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ, ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

 

The post ଆଜି ଅନ୍ତିମ ବିଦାୟ ନେବେ ପଦ୍ମଭୂଷଣ ରମାକାନ୍ତ ରଥ, ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ଶେଷକୃତ୍ୟ appeared first on KNews Odisha.