ମନୀଷାଙ୍କ ଡବଲରେ ଭାରତ ବିଜୟୀ
ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍ଘାଟନୀ ମ୍ୟାଚ୍ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍ ଗୋଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ଇନ୍ଦୁମତୀ କାଥିରସେନ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳି ପ୍ୟାର ଖାଖା ଏହି ମ୍ୟାଚ୍ରେ ଅନ୍ତର୍ଜାତୀୟ […] The post ମନୀଷାଙ୍କ ଡବଲରେ ଭାରତ ବିଜୟୀ appeared first on Dharitri Odia News.
ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍ଘାଟନୀ ମ୍ୟାଚ୍ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍ ଗୋଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ଇନ୍ଦୁମତୀ କାଥିରସେନ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳି ପ୍ୟାର ଖାଖା ଏହି ମ୍ୟାଚ୍ରେ ଅନ୍ତର୍ଜାତୀୟ କ୍ୟାରିୟରର ଅଷ୍ଟମ ଗୋଲ ସ୍କୋର କରିଥିଲେ।
ବିଶ୍ୱ ମାନ୍ୟତାର ୬୫ ତମ ସ୍ଥାନରେ ଥିବା ଭାରତ ସକାରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧର ୧୭ ତମ ମିନିଟରେ ମନୀଷା କଲ୍ୟାଣ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩୨ତମ ମିନିଟରେ ଟାମିକ୍ ଇସ୍ତୋନିଆ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୧-୧ରେ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୬୨ତମ ମିନିଟରେ ଇନ୍ଦୁମତୀ ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ। କର୍ନରକୁ ହେଡ କରିବା ସହ ସେ ଇସ୍ତୋନିଆ ଗୋଲକିପରଙ୍କୁ ପରାସ୍ତ କରିଥିଲେ। ମ୍ୟାଚର ୭୭ ତମ ମିନିଟରେ ଓଡ଼ିଆ ଝିଅ ପ୍ୟାରୀ ଖାଖା ଏକ ଗୋଲ ଦେଇଥିଲେ। ଅଞ୍ଜୁ ତମାଙ୍ଗଙ୍କ ପାସ୍କୁ ଚମତ୍କାର ଢଙ୍ଗରେ ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ ପ୍ୟାରୀ। ଏହାର ଦୁଇ ମିନିଟ ମଧ୍ୟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମନୀଷା। ଭାରତ ୪-୧ରେ ଆଗୁଆ ଥିବାବେଳେ ସହଜ ବିଜୟ ହାସଲ କରିବା ନେଇ ଆଶା କରାଯାଉଥିଲା। ତେବେ ୮୮ ତମ ମିନିଟରେ କୁବାସୋଭା ଓ ୯୦ ତମ ମିନିଟରେ ଲିଲିଏମେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ସହ ଭାରତ ୪-୩ରେ ବିଜୟୀ ହୋଇଥିଲା। ୨୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ହଂକଂକୁ ଭେଟିବ।
The post ମନୀଷାଙ୍କ ଡବଲରେ ଭାରତ ବିଜୟୀ appeared first on Dharitri Odia News.