ମନେ ପଡ଼ୁଛି ସେହି କାଳ ରାତ୍ରି, ବାହାନଗାରେ ରକ୍ତର ହୋଲି ଖେଳିଥିଲା ଲୌହ ଦାନବ
ସୋର: ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୂରିଛି ବର୍ଷେ । ସେହିଦିନ ସେହି କାଳ ସଂଧ୍ୟାରେ ମହାବିପତ୍ତିର କଳାମେଘ ଘୋଡ଼େଇ ଆସିଥିଲା ବାହାନଗା ଷ୍ଟେସନ ଭାଗ୍ୟଆକାଶରେ | ସେକେଣ୍ଟକ ମଧ୍ୟରେ ଓଲଟପାଲଟ ହୋଇଗଲା ସବୁକିଛି । ୨ଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ର ଅନେକ ବଗି I ମଣିଷ ମାନଙ୍କର ଆର୍ତ୍ତଚିତ୍କାରରେ ଥରି ଉଠିଲା ବାହାନାଗା ଅଞ୍ଚଳ । ଏହି ଦୁର୍ଘଣାରେ ଚାଲିଯାଇଥିଲା ୨୯୬ ରେଳଯାତ୍ରୀଙ୍କ ଜୀବନ। ୨୦୨୩ ଜୁନ୍ ୨ । ସମୟ ସଂଧ୍ୟା ୬ଟା ୫୦ ମିନିଟ୍ । ବାଲେଶ୍ବର ଜିଲ୍ଲାର ବାହାନାଗା ରେଳଷ୍ଟେସନ୍ର । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହଠାତ ଟ୍ରେନ୍ ପିଟିହେବାର ପ୍ରଚଣ୍ଡ ଶଦ୍ଦ ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା। ଏହା ପରେ ଲୋକଙ୍କ ଆର୍ତ୍ତ ଚିତ୍କାର, ଲୋକଙ୍କ କାନ୍ଦ ବୋବାଳି ପରିବେଶକୁ ଅଧିକ ଭୟଙ୍କର କରିଦେଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ଷ୍ଟେସନ୍ ଆଡକୁ ଧାଁ ଦଉଡ, ଆମ୍ବୁଲାନ୍ସର ସାଇରନ୍, ଆହାତ ଓ ଗୁରୁତରଙ୍କ ଆର୍ତ୍ତ ଚିତ୍କାର, ଆହତଙ୍କୁ ଷ୍ଟ୍ରେଚରରେ ବୁହା, ଉଦ୍ଧାର କାର୍ଯ୍ୟ, ଚାରିଆଡେ ପଡିରହିଥିବା ବିକ୍ଷପ୍ତି ବଗି, ମୃତଦେହ ପଡ଼ିଥିବାର ଦୃଶ୍ୟ ଆଦି, ଆଜି ବି ଲୋକଙ୍କ ମନରୁ ଲିଭିନି । ବାହାନାଗାର ସେହି ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ଯିଏ ସେହି ରେଳ ଦୁର୍ଘଟଣାକୁ ଦେଖିଛି, ଅଙ୍ଗେ ନିଭେଇଛି ସେ ଏହାକୁ କଦାପି ଭୁଲି ପାରୁନି । ସେ କଥା କହିଲା ବେଳକୁ ଏବେବି ସ୍ଥାନୀୟ ଲୋକଙ୍କ ରୁମ ଟାଙ୍କୁରି
ସୋର: ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୂରିଛି ବର୍ଷେ । ସେହିଦିନ ସେହି କାଳ ସଂଧ୍ୟାରେ ମହାବିପତ୍ତିର କଳାମେଘ ଘୋଡ଼େଇ ଆସିଥିଲା ବାହାନଗା ଷ୍ଟେସନ ଭାଗ୍ୟଆକାଶରେ | ସେକେଣ୍ଟକ ମଧ୍ୟରେ ଓଲଟପାଲଟ ହୋଇଗଲା ସବୁକିଛି । ୨ଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ର ଅନେକ ବଗି I ମଣିଷ ମାନଙ୍କର ଆର୍ତ୍ତଚିତ୍କାରରେ ଥରି ଉଠିଲା ବାହାନାଗା ଅଞ୍ଚଳ । ଏହି ଦୁର୍ଘଣାରେ ଚାଲିଯାଇଥିଲା ୨୯୬ ରେଳଯାତ୍ରୀଙ୍କ ଜୀବନ।
୨୦୨୩ ଜୁନ୍ ୨ । ସମୟ ସଂଧ୍ୟା ୬ଟା ୫୦ ମିନିଟ୍ । ବାଲେଶ୍ବର ଜିଲ୍ଲାର ବାହାନାଗା ରେଳଷ୍ଟେସନ୍ର । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହଠାତ ଟ୍ରେନ୍ ପିଟିହେବାର ପ୍ରଚଣ୍ଡ ଶଦ୍ଦ ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା। ଏହା ପରେ ଲୋକଙ୍କ ଆର୍ତ୍ତ ଚିତ୍କାର, ଲୋକଙ୍କ କାନ୍ଦ ବୋବାଳି ପରିବେଶକୁ ଅଧିକ ଭୟଙ୍କର କରିଦେଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ଷ୍ଟେସନ୍ ଆଡକୁ ଧାଁ ଦଉଡ, ଆମ୍ବୁଲାନ୍ସର ସାଇରନ୍, ଆହାତ ଓ ଗୁରୁତରଙ୍କ ଆର୍ତ୍ତ ଚିତ୍କାର, ଆହତଙ୍କୁ ଷ୍ଟ୍ରେଚରରେ ବୁହା, ଉଦ୍ଧାର କାର୍ଯ୍ୟ, ଚାରିଆଡେ ପଡିରହିଥିବା ବିକ୍ଷପ୍ତି ବଗି, ମୃତଦେହ ପଡ଼ିଥିବାର ଦୃଶ୍ୟ ଆଦି, ଆଜି ବି ଲୋକଙ୍କ ମନରୁ ଲିଭିନି । ବାହାନାଗାର ସେହି ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ଯିଏ ସେହି ରେଳ ଦୁର୍ଘଟଣାକୁ ଦେଖିଛି, ଅଙ୍ଗେ ନିଭେଇଛି ସେ ଏହାକୁ କଦାପି ଭୁଲି ପାରୁନି । ସେ କଥା କହିଲା ବେଳକୁ ଏବେବି ସ୍ଥାନୀୟ ଲୋକଙ୍କ ରୁମ ଟାଙ୍କୁରି ଉଠୁଛି , ଛାତି ଥରି ଉଠୁଛି
ପଶ୍ଚିମବଙ୍ଗ ସାଲିମାରରୁ ଚେନ୍ନାଇ ଅଭିମୁଖେ ବାହାରିଥିବା କରମଣ୍ଡଳ ଏକ୍ସପ୍ରେସ୍ ସନ୍ଧ୍ୟା ୬ଟା ୩୭ରେ ବାଲେଶ୍ଵର ଷ୍ଟେସନ୍ ଛାଡିଥିଲା । ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଟ୍ରେନ୍ର ଘଣ୍ଟାପ୍ରତି ବେଗ ଥିଲା ପାଖାପାଖି ୧୨୮ କିଲୋମିଟର । ସଧ୍ୟା ସମୟ ଥିବାରୁ ଟ୍ରେନ୍ରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଅନେକ ଯାତ୍ରୀ ମଧ୍ୟ ଏଥିରେ ଆସୁଥିଲେ । ହେଲେ ବାହାନଗା ଷ୍ଟେସନ୍ରେ ଭୁଲ ସିଗନାଲ୍ ମିଳଥିବାରୁ, କରମଣ୍ଡଳ ଏକ୍ସପ୍ରେସ୍ ଷ୍ଟେସନ୍ରେ ଛିଡାହୋଇଥିବା ମାଲଗାଡି ପଛପଟେ ଜୋରରେ ପିଟି ହୋଇଥିଲା । କରମଣ୍ଡଳର ବଗି ଗୁଡିକ ବିକ୍ଷପ୍ତି ହୋଇ ଅଲଗା ଲାଇନ୍ରେ ପଡିଥିଲା । ଆଉ ସେପଟୁ ଆସୁଥିବା ଅନ୍ୟଏକ ଏକ୍ସପ୍ରେସ୍ ଏହି ବଗି ଦେହରେ ପିଟି ହୋଇ ସେ ବି ଲାଇନଚ୍ୟୁତ ହୋଇଥିଲା ।
Also read: ଅସହ୍ୟ ଗୁଳୁଗୁଳିରୁ ଆଶ୍ବସ୍ତି, ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, କଟକ ଚଣ୍ଡୀ ମନ୍ଦିରରେ ପସିଲା ପାଣି
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୯୬ ଜଣ ଯାତ୍ରୀ । ୯ଶହରୁ ଅଧିକ ଆହତ ହୋଇଥିଲେ । ଏହି ରେଳ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଶତାଦ୍ଦୀର ଏହା ଥିଲା ବଡ଼ ରେଳ ଦୁର୍ଘଟଣା । ଘଟଣାସ୍ଥଳକୁ ଧାଇଁ ଆସିଥିଲେ ନିଜେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀଙ୍କ ସହ ବହୁ ବଡ଼ବଡ଼ ନେତା । ୮୧ ଟି ମୃତ ଦେହର ପରିଚୟ ମିଳିନଥିବାରୁ ଭୁବନେଶ୍ବର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା । ୩୯ଟିର ଡିଏନ୍ଏ ପରୀକ୍ଷା କରାଯିବା ପରେ ୩୭ ଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଅନ୍ୟଗୁଡିକୁ ସାମୁହିକ ସଂସ୍କାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ଥିଲେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ର ଆନ୍ଧ୍ରପ୍ରଦେଶର ଯାତ୍ରୀ ।
ତଦନ୍ତରୁ ଜଣାପଡିଥିଲା ସିଗନାଲ ତ୍ରୁଟିରୁ ଘଟିଥିଲା ଏହି ମହାବିପତ୍ତି । ଦୁର୍ଘଟଣାର ୨୪ ଘଣ୍ଟାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ତଦନ୍ତ ପରେ ବାହାନଗା ଷ୍ଟେସନ ମାଷ୍ଟ୍ର ସିଭି ମହାନ୍ତି, ରିଲେ ରୁମ୍ ଦାୟିତ୍ବରେ ଥିବା ସିଗନାଲ ଯନ୍ତ୍ରୀ ଆମୀର ଖାନ୍ ଓ କର୍ମଚାରୀ ପପୁଙ୍କୁ ନିଲମ୍ବିତ ପରେ ସିବିଆଇ ଏମାନଙ୍କୁ ଗିରଫ କରିଥିଲା । ଏହି ଭୟଙ୍କର ରେଳ ଦୁର୍ଘଟଣା ଅନେକ କିଛି ଶିକ୍ଷା ଦେଇଛି । ରେଳ ବିଭାଗର ତ୍ରୁଟିକୁ ସାମ୍ନାକୁ ଆଣିଛି । ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ସଂପର୍କୀୟଙ୍କୁ ଦେଇଯାଇଛି ଅନେକ ଦୁଃଖ ଓ ଯନ୍ତ୍ରଣା।