ମନୋଜ ଆହୁଜା ହେଲେ ମୁଖ୍ୟ ଶାସନ ସଚିବ, ନେବେ ପ୍ରଦୀପ ଜେନାଙ୍କ ସ୍ଥାନ
ଭୁବନେଶ୍ୱର: ରାଜ୍ୟର କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଆଜି ତାଙ୍କ ନାଁ ଉପରେ ମୋହର ମାରିଛନ୍ତି ମୋହନ ମାଝୀ ସରକାର। ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ ଜୁନ ୩୦ରେ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟର ନବ ନିର୍ବାଚିତ ବିଜେପି ସରକାରଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେବାର ଥିଲା । ଏହି ପଦ ପାଇଁ ଦୌଡରେ ଅନେକଙ୍କ ନାଁ ରହିଥିଲା। ତେବେ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇଛନ୍ତି । ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଫିସର । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ମଙ୍ଗଳବାର କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଥିଲେ। ଏନ
ଭୁବନେଶ୍ୱର: ରାଜ୍ୟର କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଆଜି ତାଙ୍କ ନାଁ ଉପରେ ମୋହର ମାରିଛନ୍ତି ମୋହନ ମାଝୀ ସରକାର। ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ ଜୁନ ୩୦ରେ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟର ନବ ନିର୍ବାଚିତ ବିଜେପି ସରକାରଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେବାର ଥିଲା । ଏହି ପଦ ପାଇଁ ଦୌଡରେ ଅନେକଙ୍କ ନାଁ ରହିଥିଲା। ତେବେ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇଛନ୍ତି । ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଫିସର । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।
ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ମଙ୍ଗଳବାର କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଥିଲେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିପାରେ। କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବେ ।
ଆହୁଜା ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ ସରି ସାରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ କାମ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟରେ ସେ ସିବିଏସଇର ଚେୟାରମ୍ୟାନ ଭାବେ ମଧ୍ୟ କାମ କରିଛନ୍ତି ।
ଆହୁଜା ପଟିଆଲାର ଥାପର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବି.ଇ(ମେକାନିକାଲ)ରେ ଡିଗ୍ରୀ ହାସଲ କରିଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ୟୁନିର୍ଭସିଟିରୁ ଏମବିଏ ଓ ଆମେରିକାର ହାଭାର୍ଡ ୟୁନିଭର୍ସିଟିରୁ ସାଧାରଣ ପ୍ରଶାସନ(ଅନ୍ତର୍ଜାତୀୟ ବିକାଶ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। କର୍ପୋରେଟ୍ କ୍ଷେତ୍ରରେ ତାଙ୍କର ଅନେକ ଗବେଷଣାତ୍ମକ ଅଭିଜ୍ଞତା ରହିଛି।
ଟେକ୍ନୋକ୍ରାଟରୁ ପ୍ରଶାସନିକ ଅଧିକାରୀ ହୋଇଥିବା ଆହୁଜା କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାମ କରିଛନ୍ତି। ତାଙ୍କ ସହକର୍ମୀ କହିଛନ୍ତି, ସେ ଜଣେ ପରିଶ୍ରମୀ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ। ନିଜ କାର୍ଯ୍ୟ ଶୈଳୀରେ ଶୀର୍ଷ ନେତୃତ୍ଵଙ୍କ ସେ ବିଶ୍ଵାଭାଜନ ହୋଇ ପାରିଛନ୍ତି।