ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ, ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ

ମାଲକାନଗିରି 04/02 :  ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ । କାଳୀ ଠାକୁରଙ୍କ ବେଶରେ ସଜେଇ ହୋଇଛନ୍ତି  ନିଆଁ ସହ ଖେଳୁଛନ୍ତି ନୃତ୍ୟଶିଳ୍ପୀ । ଅନ୍ୟପଟେ ତାଙ୍କ ସହ ନିଆଁ ଲଗେଇ ନୃତ୍ୟ କରିବା ସହ ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ କରୁଛନ୍ତି ଲୋକେ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ  ଏମ.ଭି. 114 ଗାଁରେ କାଳିପୂଜା ଚାଲିଥିବା ବେଳେ ମେଲୋଡି  ଗ୍ରୁପ ଦ୍ୟାରା ଏପରି ନାଚ ପରିବେଷଣ କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।ଏଇଠି ପ୍ରଶ୍ନ ଉଠୁଛି ଯେ ମଞ୍ଚ ତଳେ ବିନା କୌଣସି ସୁରକ୍ଷା ବ୍ୟବସ୍ତାରେ ନିଆଁ ଲଗାଇବା ଓ ନିଆଁ ଉପରେ ଡେଇଁ ନୃତ୍ୟ ପରିବେଷଣ କରିବା କେତେଦୂର ଠିକ୍ । ଦେଶରେ ଏବେ କୁମ୍ଭ ମେଳାକୁ ନେଇ ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଥିବା ବେଳେ ସେଠାରେ ନିଆଁ ଲାଗି ଅନେକ ଜନଜୀବନ ନଷ୍ଟଚ ହୋଇଛି। ଏତେସବୁ ପରେ ତିଷ୍ଟି ନାହାନ୍ତି ଲୋକେ।  ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଏଭଲି ନିଆଁ ସହ ଖେଳିବା କେତେ ଦୂର ଠିକ୍ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ, ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ

ମାଲକାନଗିରି 04/02 :  ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ । କାଳୀ ଠାକୁରଙ୍କ ବେଶରେ ସଜେଇ ହୋଇଛନ୍ତି  ନିଆଁ ସହ ଖେଳୁଛନ୍ତି ନୃତ୍ୟଶିଳ୍ପୀ । ଅନ୍ୟପଟେ ତାଙ୍କ ସହ ନିଆଁ ଲଗେଇ ନୃତ୍ୟ କରିବା ସହ ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ କରୁଛନ୍ତି ଲୋକେ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ  ଏମ.ଭି. 114 ଗାଁରେ କାଳିପୂଜା ଚାଲିଥିବା ବେଳେ ମେଲୋଡି  ଗ୍ରୁପ ଦ୍ୟାରା ଏପରି ନାଚ ପରିବେଷଣ କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।

ଏଇଠି ପ୍ରଶ୍ନ ଉଠୁଛି ଯେ ମଞ୍ଚ ତଳେ ବିନା କୌଣସି ସୁରକ୍ଷା ବ୍ୟବସ୍ତାରେ ନିଆଁ ଲଗାଇବା ଓ ନିଆଁ ଉପରେ ଡେଇଁ ନୃତ୍ୟ ପରିବେଷଣ କରିବା କେତେଦୂର ଠିକ୍ । ଦେଶରେ ଏବେ କୁମ୍ଭ ମେଳାକୁ ନେଇ ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଥିବା ବେଳେ ସେଠାରେ ନିଆଁ ଲାଗି ଅନେକ ଜନଜୀବନ ନଷ୍ଟଚ ହୋଇଛି। ଏତେସବୁ ପରେ ତିଷ୍ଟି ନାହାନ୍ତି ଲୋକେ।  ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଏଭଲି ନିଆଁ ସହ ଖେଳିବା କେତେ ଦୂର ଠିକ୍ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।