ଯୋଗୀ ଆଦିତ୍ୟନାଥଙ୍କ ବୟାନ 'ବଟେଙ୍ଗେ ତୋ କଟେଙ୍ଗେ'କୁ ସମର୍ଥନ କଲା ଆରଏସଏସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ବୟାନକୁ ସମର୍ଥନ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ। ଆର୍‌ଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗୀଙ୍କ କଥାକୁ ପ୍ରଶଂସା କରିବା ସହିତ ଯେଉଁମାନେ ଜାତି ଧର୍ମ ବର୍ଣ୍ଣରେ ବାଣ୍ଟୁଛନ୍ତି ସେମାନଙ୍କ ବିରୋଧରେ ହିନ୍ଦୁ ଏକତା ଆହ୍ୱାନ୍ ଦେଇଛନ୍ତି। ହୋସାବଲେ କହିଛନ୍ତି “ଆମେ ଜାତି, ଭାଷା, ରାଜ୍ୟ ଉଚ୍ଚ ଓ ନୀଚ୍ଚ ଜାତିରେ ଭେଦଭାବ କଲେ ଆମେ କଟିବା।” ଶନିବାର ମଥୁରାରେ ଆରଏସଏସ ସଂଘର ଜାତୀୟ ବୈଠକରେ ଉଦ୍‌ଯାପନୀ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ହୋସାବଲେ। ଚଳିତ ବର୍ଷ ଅଗଷ୍ଟ ମାସରେ ଯୋଗୀ ଆଦିତ୍ୟ ନାଥ ଆଗ୍ରା ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଟେଙ୍ଗେ ତୋ ବଟେଙ୍ଗେ ସ୍ଲୋଗାନ ଦେଇଥିଲେ। ଆଦିତ୍ୟନାଥ କହିଥିଲେ ଦେଶ ଠାରୁ କେହି ବଡ଼ ନୁହେଁ। ଆମେ ଯଦି ଏକ ହେଇ ରହିବା ତେବେ ଦେଶ ମଜଭୁତ ହେବ। ବାଣ୍ଟିହୋଇଗଲେ କଟିବାକୁ ପଡ଼ିବ। ଆପଣ ଦେଖିଲେ ଯେ ବାଂଲାଦେଶର କଣ ସବୁ ହେଲା। ଏହି ଭୁଲ ଯେମିତି ଭାରତରେ ନହୁଏ। ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ର ଥାନାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାନ କଥା କହିଥିଲେ। ସେ କହିଛନ୍ତି, "ଏହି ପ୍ରସଙ୍ଗ ହିନ୍ଦୁ ଏକତାର। ଆମେ ପ୍ରାୟତଃ କହୁଛୁ କି ଯେଉଁମାନେ ହିନ୍ଦୁ ଧାରଣାକୁ ଭୁଲିଯାଆନ୍ତି, ସେମାନେ ପରିବାର, ଜମି ଏବଂ ପୂଜା ସ୍ଥାନ ହରାଇ ବିପଦକୁ ଆମନ

ଯୋଗୀ ଆଦିତ୍ୟନାଥଙ୍କ ବୟାନ 'ବଟେଙ୍ଗେ ତୋ କଟେଙ୍ଗେ'କୁ ସମର୍ଥନ କଲା ଆରଏସଏସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ବୟାନକୁ ସମର୍ଥନ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ। ଆର୍‌ଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗୀଙ୍କ କଥାକୁ ପ୍ରଶଂସା କରିବା ସହିତ ଯେଉଁମାନେ ଜାତି ଧର୍ମ ବର୍ଣ୍ଣରେ ବାଣ୍ଟୁଛନ୍ତି ସେମାନଙ୍କ ବିରୋଧରେ ହିନ୍ଦୁ ଏକତା ଆହ୍ୱାନ୍ ଦେଇଛନ୍ତି। 

ହୋସାବଲେ କହିଛନ୍ତି “ଆମେ ଜାତି, ଭାଷା, ରାଜ୍ୟ ଉଚ୍ଚ ଓ ନୀଚ୍ଚ ଜାତିରେ ଭେଦଭାବ କଲେ ଆମେ କଟିବା।” ଶନିବାର ମଥୁରାରେ ଆରଏସଏସ ସଂଘର ଜାତୀୟ ବୈଠକରେ ଉଦ୍‌ଯାପନୀ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ହୋସାବଲେ। ଚଳିତ ବର୍ଷ ଅଗଷ୍ଟ ମାସରେ ଯୋଗୀ ଆଦିତ୍ୟ ନାଥ ଆଗ୍ରା ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଟେଙ୍ଗେ ତୋ ବଟେଙ୍ଗେ ସ୍ଲୋଗାନ ଦେଇଥିଲେ। 

ଆଦିତ୍ୟନାଥ କହିଥିଲେ ଦେଶ ଠାରୁ କେହି ବଡ଼ ନୁହେଁ। ଆମେ ଯଦି ଏକ ହେଇ ରହିବା ତେବେ ଦେଶ ମଜଭୁତ ହେବ। ବାଣ୍ଟିହୋଇଗଲେ କଟିବାକୁ ପଡ଼ିବ। ଆପଣ ଦେଖିଲେ ଯେ ବାଂଲାଦେଶର କଣ ସବୁ ହେଲା। ଏହି ଭୁଲ ଯେମିତି ଭାରତରେ ନହୁଏ। ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ର ଥାନାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାନ କଥା କହିଥିଲେ। 

ସେ କହିଛନ୍ତି, "ଏହି ପ୍ରସଙ୍ଗ ହିନ୍ଦୁ ଏକତାର। ଆମେ ପ୍ରାୟତଃ କହୁଛୁ କି ଯେଉଁମାନେ ହିନ୍ଦୁ ଧାରଣାକୁ ଭୁଲିଯାଆନ୍ତି, ସେମାନେ ପରିବାର, ଜମି ଏବଂ ପୂଜା ସ୍ଥାନ ହରାଇ ବିପଦକୁ ଆମନ୍ତ୍ରଣ କରନ୍ତି।" କୌଣସି ଦେଶର ଶକ୍ତି ପାଇଁ ଏକତାର ଆବଶ୍ୟକତା ରହିଛି। କେବଳ ଭାଷଣ ଦେଲେ ହେବନି। କାମ କରିବାକୁ ପଡ଼ିବ। ସମସ୍ତଙ୍କର ମଙ୍ଗଳ ବିଶ୍ୱର ମଙ୍ଗଳ ପାଇଁ ହିନ୍ଦୁ ଏକତା ଆବଶ୍ୟକ ବୋଲି ଆର୍‌ଏସଏସ ସାଧାରଣ ସମ୍ପାଦକ କହିଛନ୍ତି।