IPL 2024 : ବୁଧବାର ରାଜସ୍ଥାନ ରୟାଲ୍ସ- ଗୁଜୁରାଟ ଟାଇଟନ୍ସ ମୁକାବିଲା, ରାତିରେ ଖେଳାଯିବ ମ୍ୟାଚ୍
ଜୟପୁର ୧୦।୦୪ : ଆଇପିଏଲ୍ ୨୦୨୪ । ବୁଧବାର ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨୪ ତମ ମ୍ୟାଚ୍ । ରାଜସ୍ଥାନ ଜୟପୁର ସଓ୍ୱାଇ ମାନ୍ସିଂହ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ରାତି ୭ଟା ୩୦ରେ ଖେଳାଯିବ ମ୍ୟାଚ୍ । ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ୪ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି ରାଜସ୍ଥାନ ରୟାଲ୍ସ । ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଏକ ସନ୍ତୁଳିତ ଟିମ୍ ଭାବେ ଖେଳ ଜାରି ରଖିଛି । ତେଣୁ ଆଜିର ମ୍ୟାଚ୍ରେ ଦମ୍ଦାର ଖେଳ ଦେଖିବାକୁ ମିଳିବ । ସେହିପରି ଗୁଜୁରାଟ ଟାଇଟନ୍ସ ମଧ୍ୟ ଚଳିତ ଆଇପିଏଲ୍ ମନ୍ଥର ପ୍ରଦର୍ଶନ ଜାରି ରଖିଛି । ଏବେ ଯାଏଁ ଦଳ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି ଗୁଜୁରାଟ ଟାଇଟନ୍ସ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ମନ୍ଥର ପ୍ରଦର୍ଶନ ଜାରି ରଖିଛି । ତେଣୁ ଆଜିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସହ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି ।
ଜୟପୁର ୧୦।୦୪ : ଆଇପିଏଲ୍ ୨୦୨୪ । ବୁଧବାର ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨୪ ତମ ମ୍ୟାଚ୍ । ରାଜସ୍ଥାନ ଜୟପୁର ସଓ୍ୱାଇ ମାନ୍ସିଂହ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ରାତି ୭ଟା ୩୦ରେ ଖେଳାଯିବ ମ୍ୟାଚ୍ ।
ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ୪ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି ରାଜସ୍ଥାନ ରୟାଲ୍ସ । ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଏକ ସନ୍ତୁଳିତ ଟିମ୍ ଭାବେ ଖେଳ ଜାରି ରଖିଛି । ତେଣୁ ଆଜିର ମ୍ୟାଚ୍ରେ ଦମ୍ଦାର ଖେଳ ଦେଖିବାକୁ ମିଳିବ ।
ସେହିପରି ଗୁଜୁରାଟ ଟାଇଟନ୍ସ ମଧ୍ୟ ଚଳିତ ଆଇପିଏଲ୍ ମନ୍ଥର ପ୍ରଦର୍ଶନ ଜାରି ରଖିଛି । ଏବେ ଯାଏଁ ଦଳ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି ଗୁଜୁରାଟ ଟାଇଟନ୍ସ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ମନ୍ଥର ପ୍ରଦର୍ଶନ ଜାରି ରଖିଛି । ତେଣୁ ଆଜିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସହ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି ।