ମନୋହର ଯୋଶୀଙ୍କ ପରଲୋକ, ହୃଦଘାତରେ ବୁଜିଲେ ଆଖି

ମୁମ୍ବାଇ: ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ ଘଟିଛି । ମନୋହର ଯୋଶୀଙ୍କ ଆଜି ଦ୍ୱିପ୍ରହର ୨ଟାରେ ଶବସତ୍କାର ହେବ । ଗତକାଲି ଖବର ଆସିଥିଲା ଯେ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର ହୃଦଘାତ ଘଟିଥିଲା । ଯାହାପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସେ ରାତି ୩ଟାରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇଛନ୍ତି । ତେବେ ମନୋହର ଯୋଶୀଙ୍କ ପାର୍ଥିବ ଶରୀର […]

ମନୋହର ଯୋଶୀଙ୍କ ପରଲୋକ, ହୃଦଘାତରେ ବୁଜିଲେ ଆଖି

ମୁମ୍ବାଇ: ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ ଘଟିଛି । ମନୋହର ଯୋଶୀଙ୍କ ଆଜି ଦ୍ୱିପ୍ରହର ୨ଟାରେ ଶବସତ୍କାର ହେବ । ଗତକାଲି ଖବର ଆସିଥିଲା ଯେ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର ହୃଦଘାତ ଘଟିଥିଲା । ଯାହାପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସେ ରାତି ୩ଟାରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇଛନ୍ତି । ତେବେ ମନୋହର ଯୋଶୀଙ୍କ ପାର୍ଥିବ ଶରୀର ମାଟୁଙ୍ଗା ସ୍ଥିତ ତାଙ୍ଜର ନିଜ ଘରେ ଅନ୍ତିମ ଦର୍ଶନ ପାଇଁ ସିନ ୧୧ ରୁ ୨ଟା ପର୍ଯ୍ୟନ୍ତ ରଖାଯିବ । ଏହାପରେ ଶ୍ମଶାନରେ ଯୋଶୀଙ୍କର ଶବସତ୍କାର କରାଯିବ ।