ମନ୍ତ୍ରୀଙ୍କ ପିଏସ୍‌ଙ୍କ ଘରୋଇ ସହାୟକଙ୍କ ଘରେ ଇଡି ରେଡ୍, ଜବତ ହେଲା ପୁଳା ପୁଳା ଟଙ୍କା

ଝାଡଖଣ୍ଡ ୦୬/୦୫: ନିର୍ବାଚନ ବେଳେ ଇଡିକୁ ବଡ ସଫଳତା । ଝାଡଖଣ୍ଡରେ ମନ୍ତ୍ରୀଙ୍କ ସହାୟକଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ଜବତ କରିଛି ପୁଳା ପୁଳା ଟଙ୍କା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରୁ ଇଡି ଅଧିକାରୀ ଜବତ କରିଛନ୍ତି ଟଙ୍କାର ପାହାଡ । ଜବତ ଟଙ୍କା ପାଖାପାଖି ୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଇଡି ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହେବା ପରେ ମେସିନ ସାହାଯ୍ୟରେ ଟଙ୍କା ଗଣିଥିବା ଜଣାଯାଇଛି । ନିର୍ବାଚନ ବେଳେ ଝାଡ଼ଖଣ୍ଡରେ ଘଟିଛି ଏମିତି ଘଟଣା । ସୂଚନା ଥାଉକି, ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍‌ରେ ଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ମହାଘୋଟାଲା ସାମନାକୁ ଆସିଛି । ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଇଡି ପାଖାପାଖି ୩୦ କୋଟି ଟଙ୍କା ଜବତ କରତ ସାରିଲାଣି। #WATCH | Jharkhand: Huge amount of cash recovered from household help of Sanjiv Lal - PS to Jharkhand Rural Development minister Alamgir Alam - in ED raids at multiple locations in Ranchi in Virendra Ram case.ED arrested Virendra K. Ram, the chief

ମନ୍ତ୍ରୀଙ୍କ ପିଏସ୍‌ଙ୍କ ଘରୋଇ ସହାୟକଙ୍କ ଘରେ ଇଡି ରେଡ୍, ଜବତ ହେଲା ପୁଳା ପୁଳା ଟଙ୍କା

ଝାଡଖଣ୍ଡ ୦୬/୦୫: ନିର୍ବାଚନ ବେଳେ ଇଡିକୁ ବଡ ସଫଳତା । ଝାଡଖଣ୍ଡରେ ମନ୍ତ୍ରୀଙ୍କ ସହାୟକଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ଜବତ କରିଛି ପୁଳା ପୁଳା ଟଙ୍କା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରୁ ଇଡି ଅଧିକାରୀ ଜବତ କରିଛନ୍ତି ଟଙ୍କାର ପାହାଡ । 

ଜବତ ଟଙ୍କା ପାଖାପାଖି ୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଇଡି ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହେବା ପରେ ମେସିନ ସାହାଯ୍ୟରେ ଟଙ୍କା ଗଣିଥିବା ଜଣାଯାଇଛି । ନିର୍ବାଚନ ବେଳେ ଝାଡ଼ଖଣ୍ଡରେ ଘଟିଛି ଏମିତି ଘଟଣା । 

ସୂଚନା ଥାଉକି, ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍‌ରେ ଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ମହାଘୋଟାଲା ସାମନାକୁ ଆସିଛି । ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଇଡି ପାଖାପାଖି ୩୦ କୋଟି ଟଙ୍କା ଜବତ କରତ ସାରିଲାଣି। 




କିଛି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗତ ବର୍ଷ ଫେବୃୟାରୀରେ ଝାଡଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ଅଭିୟନ୍ତା ବିରେନ୍ଦ୍ର କେ. ରାମଙ୍କୁ ଗିରଫ କରାଯାଇଥିଲା । ୧୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗର ଯାଞ୍ଚ ଇଡି କରୁ ଥିବା ବେଳେ ଏହାର କନେକ୍ସନ ମନ୍ତ୍ରୀଙ୍କ ସହ ଥିବା ଜାଣିବାକୁ ପାଇଥିଲା। 

ଏହାପରେ ମନ୍ତ୍ରୀ ଆଲମଙ୍କ କାର୍ଯ୍ୟାଳୟରେ ସାଂଘାତିକ ଲାଞ୍ଚ କାରବାର ଚାଲୁଥିବା ବେଳେ କଳା ଟଙ୍କା ଚାକର ଘରେ ରଖାଯାଉଥିବା ଇଡିକୁ ସୂଚନା ମିଳିଥିଲା। ଏହାପରେ ଇଡି ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରେ ଚଢ଼ାଉ କରି ଯାହା ଦେଖିଲା ଆଖି ଖୋସି ହୋଇଗଲା। ଘରୁ ଇଡି ଟିମ୍‌ ପୁଳା ପୁଳା ଟଙ୍କା ଜବତ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି ।