ମନ୍ତ୍ରୀମାନଙ୍କୁ ତାଗିଦ କଲା ଦଳ!

ପୂର୍ବ ସରକାରରେ ସଚିବମାନେ ଥିଲେ ପାୱାର ଫୁଲ। କିନ୍ତୁ ନୂଆ ସରକାରରେ ସେ ବ୍ୟବସ୍ଥା ବଦଳିଛି। ସଚିବରାଜର ଏକପ୍ରକାରର ପରିସମାପ୍ତି ଘଟିଛି। କିନ୍ତୁ ମନ୍ତ୍ରୀଙ୍କ ତୁଣ୍ଡରେ ବାଡ଼ବତା ରଖିବା ପାଇଁ ଦଳ କୁଆଡ଼େ କରିଛି ତାଗିଦ।

ମନ୍ତ୍ରୀମାନଙ୍କୁ ତାଗିଦ କଲା ଦଳ!

ନୂଆ ନୂଆରେ ବିଧାୟକ, ନୂଆ ନୂଆରେ ମନ୍ତ୍ରୀ, ସରକାର ପୂରା ନୂଆ । ଗଣମାଧ୍ୟମକୁ ଦେଖି କିଏ କେଉଁ ପ୍ରକାର ବୟାନ ଦେଉଛନ୍ତି । କିଏ କହିଲେ ରାସ୍ତାରୁ ହଟିଯିବ ନାଲିବତୀ, ଆଉ କିଏ କହିଲେ ମଦ ବନ୍ଦ କଥା । ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗର କଥା ବି କହିଦେଲେ ମନ୍ତ୍ରୀ । ଗଣମାଧ୍ୟମ ଆଗରେ ଏଭଳି ବୟାନ ନ ଦେବାକୁ ବିଜେପି କୁଆଡ଼େ କରିଛି ତାଗିଦ।