ମନ୍ଦିର ପରିସରରେ ୫୦ ହଜାର ଉପବୀତଧାରୀଙ୍କ ଭିଡ଼ !
ମହାଦେବ ଓ କାମିନା ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ ।
ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଡ଼କ ମେଳା। ମନ୍ଦିର ପରିସରରେ ପ୍ରାୟ ୫୦ ହଜାର ଉପବୀତଧାରୀଙ୍କ ଅସମ୍ଭବ ଭିଡ଼। ଆଜି ହେବ ମହାଦେବ ଓ କାମିନାଙ୍କ ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ। କାମିନା ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ଗତକାଲି ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପାଟଭକ୍ତ ଓ ଦେଉଳିଆ।
କିମ୍ବଦନ୍ତୀ ଅନୁସାରେ, ମହାଦେବ ଜଣେ ଅସୁରୁଣିକୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ମାତା ପାର୍ବତୀ ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲେ। ପରେ କାମିନା ଏହା ଦେଖି ରାଗିଯାଇ ନିକଟରେ ଥିବା ଏକ ପୋଖରୀକୁ ଲମ୍ଫ ପ୍ରଦାନ କରିଥିଲେ। ଆସନ୍ତାକାଲି ନୀଳ ପର୍ବରେ ଦ୍ୱିତୀୟ ଅର୍ଘ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ନୀଳ ପୋଖରୀରୁ ଉଠିବ ଦୁଇଟି ଥମ୍ବି କାଠ । ନୀଳ ପର୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।