ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା

ପୁରୀ,୩।୧୧(ଅଜିତ କୁମାର ମହାନ୍ତି):ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ଥିବା ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରଣ ହେବା ସହ ଏ ନେଇ ଏଏସଆଇ ଅବଗତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ କାଳୀନ କାର୍ଯ୍ୟ ହେଉ ନଥିବାରୁ ପାଣି ଝରୁଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ଗତ ସେପ୍ଟେମ୍ବର ମାସରେ ପାଚେରୀରୁ ପାଣି ଝରୁଥିବା ନେଇ ଧରିତ୍ରୀରେ ଖବର ପ୍ରସାରିତ ହୋଇଥିବାବେଳେ ଏଏସଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ନେଇ କୁହାଯାଇଥିବା […] The post ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା appeared first on Dharitri Odia News.

ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା

ପୁରୀ,୩।୧୧(ଅଜିତ କୁମାର ମହାନ୍ତି):ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ଥିବା ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରଣ ହେବା ସହ ଏ ନେଇ ଏଏସଆଇ ଅବଗତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ କାଳୀନ କାର୍ଯ୍ୟ ହେଉ ନଥିବାରୁ ପାଣି ଝରୁଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ଗତ ସେପ୍ଟେମ୍ବର ମାସରେ ପାଚେରୀରୁ ପାଣି ଝରୁଥିବା ନେଇ ଧରିତ୍ରୀରେ ଖବର ପ୍ରସାରିତ ହୋଇଥିବାବେଳେ ଏଏସଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ନେଇ କୁହାଯାଇଥିବା ସତ୍ତ୍ୱେ କାର୍ଯ୍ୟ ଘର କିନ୍ତୁ ଶୂନ ରହୁଛି l ଉତ୍ତରଦ୍ୱାର ନିକଟ ମେଘନାଦ ପାଚେରୀର ବିଭନ୍ନ ସ୍ଥାନରେ ପାଣି ଝରୁଥିବାବେଳେ ପାଚେରୀର ସ୍ଥିତି ଅସୁରକ୍ଷିତ ରହିଥିବା ଅନୁମାନ କରାଯାଉଛି। ତେବେ ପାଚେରୀର ସୁରକ୍ଷା ନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲା ପ୍ରଶାସନ ମେଘନାଦ ପାଚେରି ସୁରକ୍ଷା ପାଇଁ ଏଏସଆଇ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବେଶ ପ୍ରାଚୀନ ନିର୍ମିିତ ମେଘନାଦ ପାଚେରି ଏକ ଐତିହାସିକପୂର୍ଣ୍ଣ କୀର୍ତ୍ତିରାଜି ହୋଇଥିବାବେଳେ ଏହାର ନିର୍ମାଣ ଶୈଳୀ ମଧ୍ୟ ବେଶ ନିଆରା l ତେବେ ଗତ ସେପ୍ଟେମ୍ବର ମାସରେ ଉତ୍ତରଦ୍ୱାର ନିକଟରେ ଏହି ଭବ୍ୟ ପ୍ରାଚୀରରୁ ଫାଟ ସୃଷ୍ଟି ହୋଇ ପାଣି ନିର୍ଗତ ହେବା ନଜରକୁ ଆସିଥିବାବେଳେ ପ୍ରାଚୀରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା l ଏ ସଂକ୍ରାନ୍ତରେ ସେତେବେଳେ ଖବର ପ୍ରସାରିତ ହୋଇଥିବାବେଳେ ଏହାର ତୁରନ୍ତ ମରାମତି ନେଇ ଏଏସଆଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ପରବର୍ତ୍ତୀ ସମୟରେ ଏହାର ମରାମତି ଅସ୍ଥାୟୀ ଭାବରେ କରାଯିବା ସତ୍ତ୍ୱେ ବେଶ କିଛି ଦିନ ହେବ ପୁନର୍ବାର ପ୍ରାଚୀରର ଫାଟ ସୃଷ୍ଟି ହୋଇ ପାଣି ନିର୍ଗତ ହେବା ନଜରକୁ ଆସିଥିବାବେଳେ ଚିନ୍ତାର କାରଣ ସାଜିଛି l ପ୍ରାଚୀର ପ୍ରାୟ ବିଭିନ୍ନ ସ୍ଥାନରେ ପାଣି ନିର୍ଗତ ହେବା ଘଟଣା ମେଘନାଦ ପାଚେରୀର ସୁରକ୍ଷା ଓ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ନଷ୍ଟ ନେଇ ଆଶଙ୍କା ସୃଷ୍ଟି କରିଛି l ଏହାକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି l
ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣା ଦାୟିତ୍ୱରେ ରହିଥିବା ସତ୍ତ୍ୱେ ଠିକ ଭାବେ କାର୍ଯ୍ୟ କରୁନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି l ଉତ୍ତର ଦ୍ୱାରର ମେଘନାଦ ପାଚେରୀର ଫାଟ ଓ ପାଣି ଝରିବା ଏହାର ସ୍ପଷ୍ଟ ପ୍ରମାଣ ଏଏସଆଇର କାର୍ଯ୍ୟ କଳାପ ଉପରେ ପୁନର୍ବାର ପ୍ରଶ୍ନ ଉଠିଛି । ଧାର୍ମିକ ଓ ଆଧାତ୍ମିକ ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ମେଘନାଦ ପାଚେରିର ଅନେକ ତତ୍ୱ ବହନ କରାଉଥିବାବେଳେ ପ୍ରାଚୀରର ସୁରକ୍ଷା ନେଇ ଉପୁଜୁଥିବା ସମସ୍ୟା ବେଶ ଉଦବେଗଜନକ ହୋଇଥିବାବେଳେ ଏହାର ମରାମତି ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବା ସହ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଏହାକୁ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ସର୍ଭେ ସରିଛି ମରାମତି ବ୍ୟବସ୍ଥା କରିବୁ। ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ। ASI, ଟେକ୍ନିକାଲ ଟିମ ମଧ୍ୟ ସର୍ଭେ କରିଛନ୍ତି। ଏହାକୁ ଗୁରୁତର ସହ ନେଇ ମରାମତି ବ୍ୟବସ୍ଥା କରିବୁ।

The post ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା appeared first on Dharitri Odia News.