ମନ୍ଦିରକୁ ଓମ୍ଫେଡ୍ ଯୋଗାଉଛି ୬୦ ଟନ୍ ଘିଅ
ଭୁବନେଶ୍ୱର,୫ା୧୨(ଅନିଲ ଦାସ):ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମ୍ଫେଡ୍ ବର୍ଷକୁ ୬୦ ଟନ୍ ଘିଅ ଯୋଗାଣ କରୁଛି। ଏହାମଧ୍ୟରେ ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର ଥିବା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍ଫେଡ୍ର ଦୁଗ୍ଧ ସଂଗ୍ରହ ଓ ଘିଅ ଉପତ୍ାଦନ ସଂକ୍ରାନ୍ତରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓମ୍ଫେଡ୍ ବାର୍ଷିକ ୫ଲକ୍ଷ ୪୦ହଜାର କିଲୋ ଦୁଗ୍ଧ ସଂଗ୍ରହ କରୁଥିବା […] The post ମନ୍ଦିରକୁ ଓମ୍ଫେଡ୍ ଯୋଗାଉଛି ୬୦ ଟନ୍ ଘିଅ appeared first on Dharitri Odia News.
ଭୁବନେଶ୍ୱର,୫ା୧୨(ଅନିଲ ଦାସ):ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମ୍ଫେଡ୍ ବର୍ଷକୁ ୬୦ ଟନ୍ ଘିଅ ଯୋଗାଣ କରୁଛି। ଏହାମଧ୍ୟରେ ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର ଥିବା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍ଫେଡ୍ର ଦୁଗ୍ଧ ସଂଗ୍ରହ ଓ ଘିଅ ଉପତ୍ାଦନ ସଂକ୍ରାନ୍ତରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓମ୍ଫେଡ୍ ବାର୍ଷିକ ୫ଲକ୍ଷ ୪୦ହଜାର କିଲୋ ଦୁଗ୍ଧ ସଂଗ୍ରହ କରୁଥିବା ବେଳେ ସେଥିରୁ ବାର୍ଷିକ ୧୩୦୪.୧୬ ଟନ୍ ଘିଅ ପ୍ରସ୍ତୁତ କରୁଛି। ବର୍ତ୍ତମାନ ବଜାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ବୀକୃତିପ୍ରାପ୍ତ ବିତରକମାନଙ୍କ ମଧ୍ୟରେ ମୋଟ ୧୨୫୮.୫୩ ଟନ୍ ଘିଅ ବିକ୍ରି କରୁଛି। ବିକ୍ରି ହେଉଥିବା ଏହି ଘିଅ ମଧ୍ୟରୁ ୬୦ଟନ୍ ଘିଅ ବିଭିନ୍ନ ଦେବାଳୟକୁ ଯାଉଛି। ଦେବାଳୟ ମଧ୍ୟକୁ ଯାଉଥିବା ଘିଅ ମଧ୍ୟରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୦ଟନ୍ ଘିଅ ଯାଉଥିବାବେଳେ ଛତିଶଗଡର ଚନ୍ଦ୍ରହାସିନୀ ମନ୍ଦିରକୁ୩ଟନ ଘିଅ ଯୋଗାଇ ଦିଆଯାଉଛି। ଅନ୍ୟ ମଧ୍ୟରେ ବଲାଙ୍ଗିରରନୃସିଂହନାଥ ମନ୍ଦିରକୁ ୦.୭ ଟନ, ବରଗଡର କାଳୀ ମନ୍ଦିରକୁ ୧.୮ଟନ,କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦରିକୁ ୦.୧୨ ଟନ, ଜଗସିଂହପୁରରଶାରଳା ମନ୍ଦିରକୁ ୦.୩ ଟନ, ବ୍ରହ୍ମପୁରର ମା’ ବାଳକୁମାରୀ ମନ୍ଦିରକୁ୦.୦୫ ଟନ, କେନ୍ଦୁଝରର ତାରିଣୀ ମନ୍ଦିରକୁ ୦.୦୮ ଟନ, ବାରିପଦାରଜଗନ୍ନାଥ ମନ୍ଦିରକୁ ୦.୧୧ ଟନ, ବାଲେଶ୍ୱରର ଝାଡେଶ୍ୱର ମନ୍ଦିରକୁ୦.୦୫ ଟନ, କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ୦.୦୬ ଟନ ଘିଅଯୋଗାଣ ହେଉଥିବାବେଳେ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରକୁ ୨୩.୭ ଟନ ଘିଅ ଓମଫେଡ ଯୋଗାଇ ଦେଉଛନ୍ତି।
The post ମନ୍ଦିରକୁ ଓମ୍ଫେଡ୍ ଯୋଗାଉଛି ୬୦ ଟନ୍ ଘିଅ appeared first on Dharitri Odia News.