ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ
ଭଞ୍ଜନଗର,୧୦ା୬(ବାବୁଲା ପ୍ରଧାନ): ଏବେବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଭରି ରହିଛି, ଯାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜରାଲିରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଗ୍ରାମର ଦଳିତ ଲୋକଙ୍କୁ ବିଗତ କିଛି ଦିନ ହେବ ମନ୍ଦିର ପ୍ରବେଶ ଉପରେ ବାରଣ କରାଯାଉଛି। ଏହାକୁ ନେଇ ଗ୍ରାମରେ କିଛିଦିନ ହେବ ଅପ୍ରୀତିକର ପରିସ୍ଥିତି ଲାଗି ରହିଛି। ଭଞ୍ଜନଗର ପୋଲିସ ମଝିରେ ମଝିରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ୟାର ସମାଧାନ ହେଉଛି। […] The post ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ appeared first on Dharitri Odia News.
ଭଞ୍ଜନଗର,୧୦ା୬(ବାବୁଲା ପ୍ରଧାନ): ଏବେବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଭରି ରହିଛି, ଯାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜରାଲିରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଗ୍ରାମର ଦଳିତ ଲୋକଙ୍କୁ ବିଗତ କିଛି ଦିନ ହେବ ମନ୍ଦିର ପ୍ରବେଶ ଉପରେ ବାରଣ କରାଯାଉଛି। ଏହାକୁ ନେଇ ଗ୍ରାମରେ କିଛିଦିନ ହେବ ଅପ୍ରୀତିକର ପରିସ୍ଥିତି ଲାଗି ରହିଛି। ଭଞ୍ଜନଗର ପୋଲିସ ମଝିରେ ମଝିରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ୟାର ସମାଧାନ ହେଉଛି। କିନ୍ତୁ ରବିବାର ପୁଣି ଏହି ସମସ୍ୟା ଉପୁଜିବାରୁ ଉତ୍ତ୍ୟକ୍ତ ଦଳିତ ଲୋକ ଭଞ୍ଜନଗର ଗାଲେରି ରାସ୍ତାକୁ ଅବରୋଧ କରିଥିଲେ। ଏହାପରେ ଭଞ୍ଜନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏଥିସହ ମନ୍ଦିର ପୂଜାରୀ ଆସି ମନ୍ଦିର ଖୋଲିବା ପରେ ଦଳିତ ଲୋକ ଠାକୁର ଦର୍ଶନ କରିଥିଲେ। ଏନେଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ସ୍ବଭାବିକ ଅଛି। ଆଉ କୌଣସି ସମସ୍ୟା ନାହିଁ। ଅପରାହ୍ନରେ ଲୋକେ ୧୫ ମିନିଟ ପାଇଁ ରାସ୍ତା ଅବରୋଧ କରିଥିଲେ। ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିଛନ୍ତି।
The post ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ appeared first on Dharitri Odia News.