ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର

ପାଟନା,୩୦ା୩: ପଶୁପତି କୁମାର ପାରସଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପଶୁପତି ଆଉ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ। ଅତୀତରେ ପଶୁପତି ହାଜିପୁରରୁ ନିର୍ବାଚନ ଲଢ଼ିବା ବିଷୟରେ ନିରନ୍ତର କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ପଶୁପତିଙ୍କ ପାର୍ଟି ଆର୍‌ଏଲ୍‌ଜେପି ଏନ୍‌ଡିଏରେ ରହିବ। ପଶୁପତି ସୋସିଆଲ ମିଡିଆ ‘ଏକ୍ସ’ ରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ଲୋକ ସଭା ନିର୍ବାଚନରେ […] The post ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର appeared first on Dharitri Odia News.

ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର

ପାଟନା,୩୦ା୩: ପଶୁପତି କୁମାର ପାରସଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପଶୁପତି ଆଉ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ। ଅତୀତରେ ପଶୁପତି ହାଜିପୁରରୁ ନିର୍ବାଚନ ଲଢ଼ିବା ବିଷୟରେ ନିରନ୍ତର କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ପଶୁପତିଙ୍କ ପାର୍ଟି ଆର୍‌ଏଲ୍‌ଜେପି ଏନ୍‌ଡିଏରେ ରହିବ। ପଶୁପତି ସୋସିଆଲ ମିଡିଆ ‘ଏକ୍ସ’ ରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ଲୋକ ସଭା ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ କରୁଥିବା ସୂଚନା ଦେଇଛନ୍ତି। ଏଥିସହିତ ପଶୁପତି ପୁଣି ଥରେ ମୋଦିଙ୍କ ପରିବାରର ନାମ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ରଖିଛନ୍ତି।

ପଶୁପତି ନିକଟରେ କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେବା ପରେ ମୋଦିଙ୍କ ପରିବାରକୁ ତାଙ୍କ ‘ଏକ୍ସ’ ଆକାଉଣ୍ଟରୁ ହଟାଇ ଦେଇଥିଲେ। ସେ ପୁଣି ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍‌ଶନ ଲେଖିଛନ୍ତି, ଆମର ପାର୍ଟି ଆର୍‌ଏଲ୍‌ଜେପି ହେଉଛି ଏନ୍‌ଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ! ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଆମର ନେତା ଏବଂ ତାଙ୍କ ନିଷ୍ପତ୍ତି ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କ ନେତୃତ୍ୱରେ ଏନ୍‌ଡିଏ ତୃତୀୟ ଥର ପାଇଁ ସମଗ୍ର ଦେଶରେ ୪୦୦+ ଆସନ ଜିତି ରେକର୍ଡ ଭାଙ୍ଗିବା ସହ ସରକାର ଗଠନ କରିବ।

ବାସ୍ତବରେ ପଶୁପତି ଦଳ ଆର୍‌ଏଲ୍‌ଜେପି ଲୋକ ସଭାରେ ଗୋଟିଏ ବି ଆସନ ପାଇନାହିଁ। ଏନ୍‌ଡିଏ ସିଟ୍‌ ବାଣ୍ଟିବା ସମୟରେ ଗୋଟିଏ ବି ସିଟ୍‌ ନ ମିଳିବା ପରେ ପଶୁପତି କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନ ପଶୁପତି ‘ଏକ୍ସ’ରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ, ସେ ଏନ୍‌ଡିଏରେ ରହିବେ।

The post ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର appeared first on Dharitri Odia News.