ନୂଆ ଆଇଆଇସିଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା, ଦଙ୍ଗା ଗୁଜବକୁ ନେଇ କଲେ ନିବେଦନ
ଦାରିଙ୍ଗବାଡ଼ି,୨୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ସୋମବାର ନୂଆ ଆଇଆଇଆସି ରମେଶ ପ୍ରଧାନ ଯୋଗଦେଇଛନ୍ତି। ବୁଧବାର ଦାରିଙ୍ଗବାଡ଼ି ଭାଜପାର କର୍ମକର୍ତ୍ତା ତଥା ପୂର୍ବତନ ମଣ୍ଡଳୀ ସଭାପତି ଓ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପ୍ରଧାନ, ପ୍ରଭାକର ସାହୁ, ଭାଲୁ ସାହୁ, ମୀନକେତନ ସାହୁ ପ୍ରମୁଖ ଆଇଆଇଆସିଙ୍କୁ ଭେଟିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏବେ ଯେଉଁ ଦଙ୍ଗା ଗୁଜବ ହେଉଛି ଏଥିରେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏହି ଗୁଜବକୁ […] The post ନୂଆ ଆଇଆଇସିଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା, ଦଙ୍ଗା ଗୁଜବକୁ ନେଇ କଲେ ନିବେଦନ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ସୋମବାର ନୂଆ ଆଇଆଇଆସି ରମେଶ ପ୍ରଧାନ ଯୋଗଦେଇଛନ୍ତି। ବୁଧବାର ଦାରିଙ୍ଗବାଡ଼ି ଭାଜପାର କର୍ମକର୍ତ୍ତା ତଥା ପୂର୍ବତନ ମଣ୍ଡଳୀ ସଭାପତି ଓ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପ୍ରଧାନ, ପ୍ରଭାକର ସାହୁ, ଭାଲୁ ସାହୁ, ମୀନକେତନ ସାହୁ ପ୍ରମୁଖ ଆଇଆଇଆସିଙ୍କୁ ଭେଟିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏବେ ଯେଉଁ ଦଙ୍ଗା ଗୁଜବ ହେଉଛି ଏଥିରେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏହି ଗୁଜବକୁ ପୋଲିସ କିଭଳି ରୋକିବ ଓ ଲୋକଙ୍କୁ ଏହା ମିଥ୍ୟା ଗୁଜବ ବୋଲି ସଚେତନ କରିବ ସେନେଇ ଭାଜପା କର୍ମଚାରୀ ନିବେଦନ କରିଥିଲେ।
ସେହିପରି ଦାରିଙ୍ଗବାଡ଼ି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଲାଗିରହିଛି ବିଶେଷ କରି ଜନବହୁଳ ଚାରିଛକଠାରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ଟ୍ରାଫିକ ଛକ ନିର୍ମାଣ କରାଯିବାକୁ ନିବେଦନ କରିଥିଲେ। ଏଥିରେ ଆଇଆଇଆସି ରମେଶ ପ୍ରଧାନ ସେମାନଙ୍କୁ କିଛିଦିନ ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି କହିବା ସହ ଏବେ ଯେଉଁ ଦଙ୍ଗା ଗୁଜବ ବିଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହେଉଛି, ସେଥିପ୍ରତି ପୋଲିସ ଗାଁ ଗାଁରେ ପହଞ୍ଚି ଜନ ସଚେତନ କରୁଥିବା କହିବା ସହ ଯେଉଁମାନେ ଏଭଳି ଅପପ୍ରଚାର କରୁଛନ୍ତି ସେମାନଙ୍କ ନାମ ପୋଲିସକୁ ଜଣାଇବାକୁ ଆଇଆଇଆସି କହିଥିଲେ।
The post ନୂଆ ଆଇଆଇସିଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା, ଦଙ୍ଗା ଗୁଜବକୁ ନେଇ କଲେ ନିବେଦନ appeared first on Dharitri Odia News.