‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ ଟିମ୍‌ ଗେମ୍‌ ହୋଇଥିବା ବେଳେ ଏହା ମୁମ୍ବାଇର ପ୍ରଦର୍ଶନକୁ ପ୍ରଭାବିତ କରିଥିବା କହିଛନ୍ତି କ୍ଲାର୍କ। ସିଜନ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ମୁମ୍ବାଇର ଏହି ନିଷ୍ପତ୍ତିକୁ ଦଳର ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କହିଛନ୍ତି କ୍ଲାର୍କ। ପଡିଆରେ […] The post ‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’ appeared first on Dharitri Odia News.

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ ଟିମ୍‌ ଗେମ୍‌ ହୋଇଥିବା ବେଳେ ଏହା ମୁମ୍ବାଇର ପ୍ରଦର୍ଶନକୁ ପ୍ରଭାବିତ କରିଥିବା କହିଛନ୍ତି କ୍ଲାର୍କ। ସିଜନ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ମୁମ୍ବାଇର ଏହି ନିଷ୍ପତ୍ତିକୁ ଦଳର ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କହିଛନ୍ତି କ୍ଲାର୍କ। ପଡିଆରେ ଖେଳାଳିଙ୍କ ମଧ୍ୟରେ ସବୁ କିଛି ଠିକ୍‌ ନ ଥିବା ସ୍ପଷ୍ଟ ଭାବରେ ଜଣାପଡୁଛି। ତେବେ ପଡିଆରେ ଯେତିକି ଦେଖାଯାଉଛି ଏହି ମାମଲା ତା’ଠାରୁ ଅଧିକ ଗମ୍ଭୀର ବୋଲି କହିଛନ୍ତି କ୍ଲାର୍କ।

The post ‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’ appeared first on Dharitri Odia News.