୨୬/୧୧ ଆକ୍ରମଣ ମାମଲା: ଦିଲ୍ଲୀରେ ଚାଲିବ ତହଉର ରାଣାଙ୍କ ବିଚାର
ନୂଆଦିଲ୍ଲୀ,୨୭।୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସହମତ ହେବା ପରେ ମୁମ୍ବାଇ କୋର୍ଟରୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ବିଚାର ସମ୍ପର୍କିତ ରେକର୍ଡ ମଗାଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଆବେଦନ କ୍ରମେ ଜିଲା ଜଜ୍ ବିମଲ କୁମାର ଯାଦବ ରେକର୍ଡ ଯୋଗାଇ ଦେବା ନିମନ୍ତେ ମୁମ୍ବାଇ କୋର୍ଟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୬/୧୧ ଆକ୍ରମଣକୁ ନେଇ ଉଭୟ ସହରରେ ଏକାଧିକ ମାମଲା ରହିଥିବାରୁ […] The post ୨୬/୧୧ ଆକ୍ରମଣ ମାମଲା: ଦିଲ୍ଲୀରେ ଚାଲିବ ତହଉର ରାଣାଙ୍କ ବିଚାର appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସହମତ ହେବା ପରେ ମୁମ୍ବାଇ କୋର୍ଟରୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ବିଚାର ସମ୍ପର୍କିତ ରେକର୍ଡ ମଗାଇଛନ୍ତି।
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଆବେଦନ କ୍ରମେ ଜିଲା ଜଜ୍ ବିମଲ କୁମାର ଯାଦବ ରେକର୍ଡ ଯୋଗାଇ ଦେବା ନିମନ୍ତେ ମୁମ୍ବାଇ କୋର୍ଟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୬/୧୧ ଆକ୍ରମଣକୁ ନେଇ ଉଭୟ ସହରରେ ଏକାଧିକ ମାମଲା ରହିଥିବାରୁ ପୂର୍ବରୁ ତଳ କୋର୍ଟର ରେକର୍ଡଗୁଡ଼ିକୁ ମୁମ୍ବାଇ ପଠାଯାଇଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୨୧ରେ ରାଣାଙ୍କ ଶେଷ ଅପିଲ୍କୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଭାରତ ପତ୍ୟର୍ପଣ ଲାଗି ରହିଥିବା ଶେଷ ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି। ପାକିସ୍ତାନର ଲଶ୍କର-ଇ-ତୋଇବା ଆତଙ୍କବାଦୀମାନେ ୨୦୦୮ ନଭେମ୍ବର ୧୧ରେ ମୁମ୍ବାଇରେ ଆକ୍ରମଣ କରି ବିଦେଶୀଙ୍କ ସମେତ ୧୬୬ ଜଣଙ୍କ ଜୀବନ ନେଇଥିଲେ।
The post ୨୬/୧୧ ଆକ୍ରମଣ ମାମଲା: ଦିଲ୍ଲୀରେ ଚାଲିବ ତହଉର ରାଣାଙ୍କ ବିଚାର appeared first on Dharitri Odia News.