ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର

ଜଳେଶ୍ୱର,୧୪।୨(ନବୀନ ସାହୁ): ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛ। ଆଜି ସକାଳେ ଗ୍ରାମବାସୀ ମନ୍ଦିରର ପୂଜକଙ୍କ ଏବେ ପ୍ରଥମେ ଖବର ଦେଇଥିଲେ। ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡିଥିବାର ଦେଖି ସ୍ଥାନୀୟ ଲୋକ ଏବଂ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜଳେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରୁ ଠାକୁରଙ୍କର ସମସ୍ତ ସୂନା ଅଳଙ୍କାର […] The post ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର appeared first on Dharitri Odia News.

ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର

ଜଳେଶ୍ୱର,୧୪।୨(ନବୀନ ସାହୁ): ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛ। ଆଜି ସକାଳେ ଗ୍ରାମବାସୀ ମନ୍ଦିରର ପୂଜକଙ୍କ ଏବେ ପ୍ରଥମେ ଖବର ଦେଇଥିଲେ। ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡିଥିବାର ଦେଖି ସ୍ଥାନୀୟ ଲୋକ ଏବଂ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜଳେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରୁ ଠାକୁରଙ୍କର ସମସ୍ତ ସୂନା ଅଳଙ୍କାର ଏବଂ ଆସବାବପତ୍ର, ୨୦ କେଜିର ନାଗସାପ, ଡାକବାଜି ଯନ୍ତ୍ର ଲୁଟ କରି ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି। ଆନୁମାନିକ ଦୁଇ ଲକ୍ଷ ଟଙ୍କା ଉର୍ଦ୍ଧ୍ୱ ଚୋରି ହୋଇ ଥିବା ପୂଜକ କହିଛନ୍ତି। ଗତ ମାସ ଜାନୁଆରୀ ୧୩ରେ କମର୍ଦା ଥାନା କାନପୁର ତାରିଣୀ ମନ୍ଦିରରୁ ଏଭଳି ଲୁଟ୍‌ ହୋଇଥିଲା।

The post ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର appeared first on Dharitri Odia News.