ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ. ରାଣୀ (୫୦)।ଆଜି ଶିବରାତ୍ରି ଉପଲକ୍ଷେ ଛତ୍ରପୁର ସହରର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ରହିଥିବା ବେଳେ ଚନ୍ଦ୍ରଶେଖର ମନ୍ଦିର ପରିସରରେ ଏନ୍‌. ରାଣୀ ଦୀପ ଲଗାଇବା ବେଳେ ଅସାବଧାନତା ବଶତଃ ତାଙ୍କ ଦୀପ ନିଆଁ ଲାଗି ଯାଇଥିଲା। […] The post ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ… appeared first on Dharitri Odia News.

ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ. ରାଣୀ (୫୦)।ଆଜି ଶିବରାତ୍ରି ଉପଲକ୍ଷେ ଛତ୍ରପୁର ସହରର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ରହିଥିବା ବେଳେ ଚନ୍ଦ୍ରଶେଖର ମନ୍ଦିର ପରିସରରେ ଏନ୍‌. ରାଣୀ ଦୀପ ଲଗାଇବା ବେଳେ ଅସାବଧାନତା ବଶତଃ ତାଙ୍କ ଦୀପ ନିଆଁ ଲାଗି ଯାଇଥିଲା। କିଛି କ୍ଷଣ ମଧ୍ୟରେ ନିଆଁ ଜୋରରେ ଲାଗିଥିବା ନେଇ ସେଠି ଉପସ୍ଥିତ ଥିବା ଅନ୍ୟ କିଛି ଜନସାଧାରଣ ତାଙ୍କ ଲୁଗାକୁ ଚିରି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ନିଆଁ ଧାସରେ ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ ଯାଇଥିଲା। ତାଙ୍କୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

The post ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ… appeared first on Dharitri Odia News.