ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ?

ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ?

ପ୍ରଥମେ ମମତା, ପରେ ସୁଜିତ, ଆଗକୁ କିଏ ? ଏକାଧିକ ନାଁକୁ ନେଇ ଚର୍ଚ୍ଚା ଜୋର । ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାରନ୍ତି ।