ମମତା କୁଲ୍କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର
ପ୍ରୟାଗରାଜ: ବଲିଉଡ୍ ଅଭିନେତ୍ରୀ ମମତା କୁଲ୍କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍ଙ୍କୁ ଶୁକ୍ରବାର ଏକ ଭବ୍ୟ ସମାରୋହରେ ଆନୁଷ୍ଠାନିକ ଭାବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯାଇଛି। ପ୍ରୟାଗରାଜର ସଙ୍ଗମ ସ୍ଥଳରେ ପାରମ୍ପରିକ ପିଣ୍ଡଦାନ ପରେ ସେ ନୂଆ ଭୂମିକାରେ ନଜର ଆସିଛନ୍ତି। ଏଣିକି ସେ ମମତା ପରିବର୍ତ୍ତେ ମମତାନନ୍ଦ ଗିରି ନାମରେ ପରିଚିତ ହେବେ। ପ୍ରକାଶ ଯେ, ୧୯୯୦ ଦଶକରେ ଦର୍ଶକଙ୍କ […] The post ମମତା କୁଲ୍କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର appeared first on Dharitri Odia News.
ପ୍ରୟାଗରାଜ: ବଲିଉଡ୍ ଅଭିନେତ୍ରୀ ମମତା କୁଲ୍କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍ଙ୍କୁ ଶୁକ୍ରବାର ଏକ ଭବ୍ୟ ସମାରୋହରେ ଆନୁଷ୍ଠାନିକ ଭାବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯାଇଛି। ପ୍ରୟାଗରାଜର ସଙ୍ଗମ ସ୍ଥଳରେ ପାରମ୍ପରିକ ପିଣ୍ଡଦାନ ପରେ ସେ ନୂଆ ଭୂମିକାରେ ନଜର ଆସିଛନ୍ତି। ଏଣିକି ସେ ମମତା ପରିବର୍ତ୍ତେ ମମତାନନ୍ଦ ଗିରି ନାମରେ ପରିଚିତ ହେବେ। ପ୍ରକାଶ ଯେ, ୧୯୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ କରିଥିବା ଏହି ସୁନ୍ଦରୀ ଅଭିନେତ୍ରୀ ୨୦୧୩ରେ ଡ୍ରଗ୍ସ କିଙ୍ଗ୍ପିନ୍ ଭି.କି. ଗୋସ୍ବାମୀଙ୍କୁ ବିବାହ କରି କେନିଆରେ ବସବାସ କରୁଥିଲେ। ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ମମତା ନିକଟରେ ମୁମ୍ବାଇ ଫେରିଥିଲେ। ବକ୍ତ ହମାରା ହୈ, କ୍ରାନ୍ତିବୀର, କରନ୍ ଅର୍ଜୁନ, ଚାଇନା ଗେଟ୍, ଛୁପା ରୁସ୍ତମ୍, ବାଜି ଆଦି ମମତାଙ୍କ ଅଭିନୀତ ଚର୍ଚ୍ଚିତ ଚଳଚ୍ଚିତ୍ର।
The post ମମତା କୁଲ୍କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର appeared first on Dharitri Odia News.