ମମତା ସରକାରଙ୍କୁ ଆଳୁ ବ୍ୟବସାୟୀଙ୍କ ଧମକ: ରପ୍ତାନୀ କଟକଣା ନ ହଟିଲେ ଆନ୍ଦୋଳନ କରିବୁ
କୋଲକାତା: ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ୁଥିବାରୁ ବାହାର ରାଜ୍ୟକୁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। କାଳେ କଥା ନମାନି କେହି ଆଳୁ ରପ୍ତାନୀ କରିବେ ଏଥିପାଇଁ ସୀମାରେ ତନ୍ନ ତନ୍ନ ଯାଞ୍ଚ ହେଉଛି। ଫଳରେ ସୀମାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି। ଏପଟେ ଆଳୁ ବିକ୍ରି ହୋଇପାରୁ ନଥିବାରୁ ତାତିଲେଣି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। ଯଦି କଟକଣା ନ ହଟାଯାଏ ତେବେ ବ୍ୟବସାୟୀମାନେ ମଙ୍ଗଳବାର ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ସୂଚନା ଅନୁସାରେ, ବର୍ତ୍ତମାନ ପଶ୍ଚିମବଙ୍ଗ ବଜାରରେ ଆଳୁର ଖଚୁରା ଦର ୩୫ରୁ ୪୦ ଟଙ୍କା ମଧ୍ୟରେ ରହିଛି। ରାଜ୍ୟବାସୀଙ୍କୁ ଆଳୁ ମହଙ୍ଗା ପଡ଼ୁଥିବାରୁ ଦର କମାଇବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟକୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି। ଯାହାକୁ ବିରୋଧ କରିଛି ବ୍ୟବସାୟୀ ସଂଘ। ଏନେଇ ଆଳୁ ବ୍ୟବସାୟୀ ସଂଘର ସମ୍ପାଦକ ଲାଲୁ ମୁଖାର୍ଜୀ ପିଟିଆଇକୁ ପ୍ରତିକ୍ରିୟା ଦେଇ ମମତା ସରକାରଙ୍କ ଅଚାନକ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଏବଂ କହିଛନ୍ତି “ ଯଦି ସରକାର କଟକଣା ନ ହଟାନ୍ତି ତେବେ ଆମେ ଆନ୍ଦୋଳକୁ ଓହ୍ଲାଇବୁ। ଏଭଳି ଅଚନାକ ନିଷ୍ପତ୍ତି ଯୋଗୁ ଆମେ ଆମର ପ୍ରତିଶ୍ରୁତି ପୂରଣ କରିପାରୁ ନାହୁଁ। ଏଥିପାଇଁ ଆମର ଅନେକ କ୍ଷତି ହେଉଛି।” ଅନ୍ୟପଟେ ବ୍ୟବସାୟୀ ତଥା କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ୍ ସଂଘ କିନ୍ତୁ ଦର ନିୟନ୍ତ୍ରଣ କରିବାରେ ମମତା ସରକାର ବିଫଳ ହେଉଛନ୍ତି ବୋଲି କହ
କୋଲକାତା: ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ୁଥିବାରୁ ବାହାର ରାଜ୍ୟକୁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। କାଳେ କଥା ନମାନି କେହି ଆଳୁ ରପ୍ତାନୀ କରିବେ ଏଥିପାଇଁ ସୀମାରେ ତନ୍ନ ତନ୍ନ ଯାଞ୍ଚ ହେଉଛି। ଫଳରେ ସୀମାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି। ଏପଟେ ଆଳୁ ବିକ୍ରି ହୋଇପାରୁ ନଥିବାରୁ ତାତିଲେଣି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। ଯଦି କଟକଣା ନ ହଟାଯାଏ ତେବେ ବ୍ୟବସାୟୀମାନେ ମଙ୍ଗଳବାର ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାନ ପଶ୍ଚିମବଙ୍ଗ ବଜାରରେ ଆଳୁର ଖଚୁରା ଦର ୩୫ରୁ ୪୦ ଟଙ୍କା ମଧ୍ୟରେ ରହିଛି। ରାଜ୍ୟବାସୀଙ୍କୁ ଆଳୁ ମହଙ୍ଗା ପଡ଼ୁଥିବାରୁ ଦର କମାଇବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟକୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି। ଯାହାକୁ ବିରୋଧ କରିଛି ବ୍ୟବସାୟୀ ସଂଘ। ଏନେଇ ଆଳୁ ବ୍ୟବସାୟୀ ସଂଘର ସମ୍ପାଦକ ଲାଲୁ ମୁଖାର୍ଜୀ ପିଟିଆଇକୁ ପ୍ରତିକ୍ରିୟା ଦେଇ ମମତା ସରକାରଙ୍କ ଅଚାନକ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଏବଂ କହିଛନ୍ତି “ ଯଦି ସରକାର କଟକଣା ନ ହଟାନ୍ତି ତେବେ ଆମେ ଆନ୍ଦୋଳକୁ ଓହ୍ଲାଇବୁ। ଏଭଳି ଅଚନାକ ନିଷ୍ପତ୍ତି ଯୋଗୁ ଆମେ ଆମର ପ୍ରତିଶ୍ରୁତି ପୂରଣ କରିପାରୁ ନାହୁଁ। ଏଥିପାଇଁ ଆମର ଅନେକ କ୍ଷତି ହେଉଛି।”
ଅନ୍ୟପଟେ ବ୍ୟବସାୟୀ ତଥା କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ୍ ସଂଘ କିନ୍ତୁ ଦର ନିୟନ୍ତ୍ରଣ କରିବାରେ ମମତା ସରକାର ବିଫଳ ହେଉଛନ୍ତି ବୋଲି କହିଛନ୍ତି। ମଧ୍ୟସ୍ତିମାନେ କଳାବଜାରୀ କରି ଆଳଉ ଦର ବଢ଼ାଉଛନ୍ତି ବୋଲି ବ୍ୟବସାୟୀ କହିଛନ୍ତି। ଏନେଇ ଜଣେ ବ୍ୟବସାୟୀ ପ୍ରଶ୍ନ କରିଛନ୍ତି ଯେ ଆଳୁର ହୋଲ୍ସେଲ୍ ମୂଲ୍ୟ ୨୭ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କେମିତି ଏହା ୩୫-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ? ସରକାର ତା'ର ଯାଞ୍ଚ କରିବା ଦରକାର।
ସେପଟେ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭର କରୁଥିବା ଓଡ଼ିଶା ଓ ଝାଡ଼ଖଣ୍ଡରେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଓଡ଼ିଶାରେ ଆଳୁ ଦର ୫୦-୫୫ ଟଙ୍କ ରହିଥିବା ବେଳେ ଦର ଆହୁରି ବଢ଼ିପାରେ। ଝାଡ଼ଖଣ୍ଡରେ ବି ସମାନ ସ୍ଥିତି। ପଶ୍ଚିମବଙ୍ଗ ସରକାରଙ୍କର ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ଓଡ଼ିଶା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ତ୍ର ପାତ୍ର। ମମତା ବାନାର୍ଜୀ ଆଳୁ ଯୋଗାଣକୁ ନେଇ ରାଜନୀତି କରୁଛନ୍ତି। ପଶ୍ଚିମବଙ୍ଗ ମଧ୍ୟ ମାଛ ଓ ଅନ୍ୟ ସାମଗ୍ରୀ ପାଇଁ ଓଡ଼ିଶା ଉପରେ ନିର୍ଭର କରୁଛି। ଆମେ ଚାହିଁଲେ ପଶ୍ଚିବଙ୍ଗକୁ ପଠାଉଥିବା ସମଗ୍ରୀ ବନ୍ଦ କରିଦେବୁ। ହେଲେ ଆମେ ଏପରି କରିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଓଡ଼ିଶାବାସୀଙ୍କୁ କିପରି ପର୍ଯ୍ୟାପ୍ତ ପରିମାଣରେ ଆଳୁ ମିଳିପାରିବ। ରାଜ୍ୟ ସରକାର ତାର ବ୍ୟବସ୍ଥା କରିଛନ୍ତି। ଉତ୍ତର ପ୍ରଦେଶରୁ ଆଳୁ ଆସୁଛି। ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ପଶ୍ଚିମବଙ୍ଗ ଆଳୁ ଅଟକାଇ ଦେବାରୁ ଝାଡ଼ଖଣ୍ଡରେ ଆଳୁ କେଜି ଉପରେ ୫ ଟଙ୍କା ମହଙ୍ଗା ହୋଇଛି। ଯାହାକୁ ନେଇ ବିରୋଧୀ ବିଜେପି ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ହେମନ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଆଳୁ ଦର ରୋକିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସ୍ଥିତିର ସମାଧାନ କରିବାକୁ ଶ୍ରୀ ମାରାଣ୍ଡି ହେମନ୍ତ ସୋରେନ୍କୁ ପରାମର୍ଶ ଦେଇଛନ୍ତି।